ଆମେରିକାରେ ବ୍ୟାନ ହେବ ଟିକଟକ୍‌ ଆପ୍‌ : ଡୋନାଲ୍ଡ ଟ୍ରମ୍ପ

କିଛି ଦିନ ତଳେ ଆମେରିକାର ମାଇକ୍ରୋସପ୍ଟ କମ୍ପାନୀ ଟିକଟକ୍‌ ଆପ୍‌କୁ କିଣିବା ନେଇ ଖବର ପ୍ରସାରିତ ହୋଇଥିବା ବେଳେ ଏବେ କିନ୍ତୁ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଟିକଟକ୍ ଉପରେ ବ୍ୟାନ ଲଗାଇବାକୁ ଆଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦେଶର ଅନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଟ୍ରମ୍ଫଙ୍କ ଅନୁଯାୟୀ, ଦେଶର ସୁରକ୍ଷା ପାଇଁ ଏହି ଆପ୍‌ ବିପଦ ।

ଏହା ସହ ଆମେରିକାରେ ଟିକଟକ୍‌ ଆପ୍‌ ଚଲାଉଥିବା କମ୍ପାନୀ ବାଇଟ୍‌ ଡ୍ୟାନ୍ସ ସହ ଆଗାମୀ ୪୫ ଦିନ ପର୍ଯ୍ୟନ୍ତ କୌଣସି କାରବାର କରି ପାରିବେନି ବୋଲି ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମାଇକ୍ରୋସଫଟ କମ୍ପାନୀ ଟିକଟକ୍‌କୁ କିଣିବା ପରେ ଆମେରିକାରେ ଏହାର ବ୍ୟବହାର କରାଯିବ ବୋଲି ଶୁଣାଯାଉଥିଲା ।

ଆମେରିକା ପରେ ଭାରତରେ ବି ଏହାକୁ ପୁଣି ଥରେ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଏହା ଉପରେ ବ୍ୟାନ ଲାଗିଛି ।  ଅନ୍ୟପକ୍ଷରେ, ଚୀନ୍‌ ଉପରେ ପୁଣି ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱ ବାଣିଜ୍ୟ ସଂଗଠନରେ ଚୀନ୍‌ର ଏଣ୍ଟ୍ରି ସବୁଠାରୁ ଖରାପ ଡିଲ୍‌। ଚୀନ୍‌ ସବୁବେଳେ ନିୟମକୁ ଉଲ୍ଲଘଂନ କରେ ବୋଲି କହିଛନ୍ତି ଟ୍ରମ୍ପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.