Below header

ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଘୋଷଣା

ଭୁବନେଶ୍ୱର (କେନ୍ୟୁଜ୍‌) : ବର୍ଷା ଭିଜା ସକାଳରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଛି । ଜାତୀୟ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆଜିଠାରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୋଜନା ଦ୍ୱାରା ୭୦ ଲକ୍ଷ ପରିବାର ଉପକୃତ ହେବେ । ହିତାଧିକାରୀ ପରିବାରରେ ପୁରୁଷମାନଙ୍କୁ ୫ ଲକ୍ଷ ଟଙ୍କା ଯାଏ ଓ ମହିଳାମାନଙ୍କ ପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ଏଥିରେ ୧ କୋଟି ୨ଲକ୍ଷ ମହିଳା ସୁବିଧା ପାଇ ପାରିବେ । ସବୁ ସରକାରୀ ଓ ତାଲିକାଭୁକ୍ତ ବେସରକାରୀ ହସପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବଡ଼ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

BBSR PARADE-2

ଓଡ଼ିଶା ଆଗକୁ ବଢ଼ିଛି, ଆହୁରି ବଢ଼ିବା ଆମର ଲକ୍ଷ୍ୟ ବୋଲି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀ, ମହିଳା, ଯୁବବର୍ଗ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ୧ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ଦିଆଯାଉଛି। ଏସିଆନ୍‌ ଆଥଲେଟିକ୍‌ ମିଟ୍‌ରେ ଓଡ଼ିଆ ଖେଳାଳି ସଫଳତା ପାଇଛନ୍ତି । ନଭେମ୍ବରରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବା ଗର୍ବର ବିଷୟ ବୋଲି ନବୀନ କହିଥିଲେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତେବେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଛାତ୍ର ଛାତ୍ରୀମାନଙ୍କୁ ପ୍ୟାରେଡ୍‌ ପାଇଁ ବାରଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.