ରାଜ୍ଯରେ ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ବର (କେ ନ୍ୟୁଜ୍) : କଟକରେ ପ୍ରବଳ ବର୍ଷା ମଧ୍ୟରେ ପାଳନ କରାଯାଇଛି ସ୍ୱାଧୀନତା ଦିବସ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ପୁରୀରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। ସଂସ୍କ୍ରୁତି ପର୍ୟ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଅଂଶଗ୍ରହଣ କରି ଅଭିବାଦନ ଗ୍ରହଣ କରିଥିଲେ। ସମ୍ବଲପୁର କଚେରୀ ରୋଡର ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। ବାଣିଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଭିନ୍ନ ସ୍ଥାନରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁରରେ ସର୍ଦନ ରେଞ୍ଜ ଆରଡିସି ଟି.ଆଓ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।