Below header

୨୦୧୯ ନିର୍ବାଚନ ନେଇ ଟାଇମ୍ସ ନାଓର ସର୍ଭେ

ନୂଆଦିଲ୍ଲୀ(କେ ନ୍ୟୁଜ୍) : ୨୦୧୯ ନିର୍ବାଚନ ନେଇ ଟାଇମ୍ସ ନାଓର ସର୍ଭେ । ଆଗାମୀ ନିର୍ବାଚନରେ ବିଜେପି ୨୨୭ଟି ଲୋକସଭା ଆସନ ପାଇବ । ୨୦୧୪ରେ ଦଳ ୨୮୨ଟି ଲୋକସଭା ଆସନ ପାଇଥିଲା । ଗତ ନିର୍ବାଚନ ତୁଳନାରେ ବିଜେପି ୫୫ଟି ଆସନ ହରାଇବ । ସେହିପରି ୨୦୧୯ ନିର୍ବାଚନରେ କଂଗ୍ରେସ ୭୮ଟି ଲୋକସଭା ଆସନ ଜିତିବ ବୋଲି ଟାଇମ୍ସ ନାଓର ସର୍ଭେ କହୁଛି । ୨୦୧୪ରେ କଂଗ୍ରେସ ୪୪ଟି ଲୋକସଭା ଆସନ ପାଇଥିଲା । ପୂର୍ବ ନିର୍ବାଚନ ତୁଳନାରେ ଅଧିକ ୩୪ଟି ଆସନ ପାଇବ । ସେହିପରି ଅନ୍ୟ ଦଳ ୨୩୮ଟି ଲୋକସଭା ଆସନ ଜିତିବେ । ୨୦୧୪ରେ ଅନ୍ୟ ଦଳ ୨୧୭ଟି ଆସନ ପାଇଥିଲେ । ୨୦୧୯ରେ ଅନ୍ୟ ଦଳକୁ ୨୧ଟି ଅଧିକ ଆସନ ମିଳିବ ବୋଲି ଟାଇମ୍ସ ନାଓର ସର୍ଭେ କହୁଛି । ସେହିପରି ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ୪ଟି ଆସନ ମିଳିବ । ୨୦୧୪ରେ ବିଜେପିକୁ ଗୋଟିଏ ଲୋକସଭା ଆସନ ମିଳିଥିଲା । ପୂର୍ବ ନିର୍ବାଚନ ତୁଳନାରେ ଅଧିକ ୩ଟି ଆସନ ମିଳିବ । ୨୦୧୯ରେ ବିଜେଡିକୁ ମିଳିବ ୧୭ଟି ଲୋକସଭା ଆସନ । ୨୦୧୪ରେ ବିଜେଡିକୁ ୨୦ଟି ଲୋକସଭା ଆସନ ମିଳିଥିଲା । ୨୦୧୯ରେ ବିଜେଡି ୩ଟି ଲୋକସଭା ଆସନ ହରାଇବ । ତେବେ ଓଡ଼ିଶାରେ ୨୦୧୯ରେ କଂଗ୍ରେସ ଖାତା ଖୋଲିପାରିବନି ବୋଲି ଟାଇମ ନାଓ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.