Below header

ମୁଜାଫରପୁର ସେଲଟରହୋମ୍‌ରେ ଯୌନ ଶୋଷଣ ମାମଲା : ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌

ମୁଜାଫରପୁର : ବିହାର ମୁଜାଫରପୁର ସେଲଟରହୋମ ମାମଲାରେ ପୂର୍ବତନ ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ଘରେ ଆଜି ସିବିଆଇ ଛାପା ମାରିଛି । ତାଙ୍କ ସ୍ୱାମୀ ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହେବା ପରେ ମଞ୍ଜୁ ବର୍ମା ଗତ ଅଗଷ୍ଟ ୮ ତାରିଖ ଦିନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ୱାମୀଙ୍କର ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସହିତ ଘନିଷ୍ଠତା ଥିବା ଜଣାପଡ଼ିଥିଲା । ଏହା ପରେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏବେ ମଞ୍ଜୁଙ୍କ ଘର ସମେତ ୫ଟି ଜାଗାରେ ରେଡ୍‌ କରିଛି ସିବିଆଇ । ମୁଜାଫରପୁର ବାଳିକାଗୃହରେ ନାବାଳିକାମାନଙ୍କୁ ଦେହ ବ୍ୟବସାୟରେ ଲଗା ଯାଉଥିବା ଅଭିଯୋଗ ହୋଇଛି । ଯାହାର ପ୍ରମାଣ ମଧ୍ୟ ପୋଲିସ୍‌ର ହସ୍ତଗତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.