ପାର୍ଟନର୍‌ ମିଳିଲେ ନାହିଁ, ଏସୀୟ କ୍ରୀଡ଼ାରୁ ଓହରିଲେ ପେସ୍‌

ନୂଆଦିଲ୍ଲୀ : ଭେଟେରାନ୍‌ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଆସନ୍ତା କାଲିଠାରୁ ଆରମ୍ଭ ହେଉଥିବା ଜାକର୍ତ୍ତା ଏସୀୟ କ୍ରୀଡ଼ାରୁ ଓହରି ଯାଇଛନ୍ତି । ସେ ଡବଲ୍‌ସରେ ଭାଗ ନେଇଥାନ୍ତେ । ତେବେ ତାଙ୍କୁ ପାର୍ଟନର ନମିଳିବାରୁ ଓହରିଯିବାକୁ ବାଧ୍ୟ ହୋଇଥିବା ପେସ୍‌ କହିଛନ୍ତି । ୪୫ ବର୍ଷ ବୟସ୍କ ପେସ୍‌ଙ୍କୁ ପାର୍ଟନର ଭାବେ ଦିଆଯାଇଥିଲା ସୁମିତ ନାଗଲଙ୍କୁ । କିନ୍ତୁ ସେ ଫର୍ମରେ ନଥିବାରୁ ତାଙ୍କ ସହ ଖେଳିବାକୁ ରାଜି ହେଲେ ନାହିଁ । ପୂର୍ବରୁ ପେସ୍‌ ବିଭିନ୍ନ ଏସିୟ କ୍ରୀଡ଼ାରେ ଭାଗ ନେଇ ଦେଶ ପାଇଁ ୫ଟି ସ୍ୱର୍ଣ୍ଣ ସମେତ ମୋଟ୍‌ ୮ଟି ପଦକ ଜିତିଛନ୍ତି । ଏଥର ସେ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଖେଳି ଅବସର ନେବାକୁ ଲକ୍ଷ୍ୟ ରଖିଥିଲେ । ତେବେ ଏଭଳି ପରିସ୍ଥିତି ତାଙ୍କୁ ଖୁବ୍‌ ଆଘାତ ଦେଇଥିବା ପେସ୍‌ କହିଛନ୍ତି । ଏଥର କ୍ରୀଡ଼ାରେ କେବଳ ଦେଶର ଶ୍ରେଷ୍ଠ ଡବଲ୍‌ସ ଯୋଡ଼ି ରୋହନ ବୋପାନ୍ନା ଓ ଦିବିଜ ଶରଣ ଖେଳିବେ । ପେସ୍‌ ଓହରିବା ପରେ ଭାରତୀୟ ଦଳର ଖେଳଳି ସଂଖ୍ୟା ୫୭୦କୁ କମିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.