Below header

ଓଲଟିଲା ବରଯାତ୍ରୀ ବସ୍, ୨୦ରୁ ଊର୍ଦ୍ଧ୍ବ ଆହତ

ବରଯାତ୍ରୀ ବସ୍ ଓଲଟି ୨୦ ରୁ ଊର୍ଦ୍ଧ୍ବ ଆହତ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଶୋଭା ନିକଟ ନଦୀ ବନ୍ଧ ଉପରୁ ବସ୍ ଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ରେ ୧୦ରୁ ଅଧିକ ମହିଳା ଓ ୮ରୁ ଊର୍ଦ୍ଧ୍ଵ ଶିଶୁ ଥିଲେ। ସମସ୍ତ ଗୁରୁତରଙ୍କୁ ବାଲିକୁଦା ମେଡିକାଲ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଜଗତସିଂହପୁର (କେନ୍ୟୁଜ): ବରଯାତ୍ରୀ ବସ୍ ଓଲଟି ୨୦ ରୁ ଊର୍ଦ୍ଧ୍ବ ଆହତ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଶୋଭା ନିକଟ ନଦୀ ବନ୍ଧ ଉପରୁ ବସ୍ ଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ରେ ୧୦ରୁ ଅଧିକ ମହିଳା ଓ ୮ରୁ ଊର୍ଦ୍ଧ୍ଵ ଶିଶୁ ଥିଲେ । ସମସ୍ତ ଗୁରୁତରଙ୍କୁ ବାଲିକୁଦା ମେଡିକାଲ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ଅଧିକ ଚିକିତ୍ସା ପାଇଁ ଆହାତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ବରଯାତ୍ରୀ ବସଟି ଧନୁରବେଲାରୀରୁ ବରଯାତ୍ରୀ ନେଇ ବାଲିକୁଦା ବୁଧିସାହିକୁ ଯାଇଥିଲା । ସେଠାରୁ ବରଯାତ୍ରୀ ଖିଆ ପିଆ କରି ବିଳମ୍ବିତ ରାତିରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ବସ୍ ଡ୍ରାଇଭର ମଦ୍ୟ ପାନ କରି ଗାଡ଼ି ଚଲାଉଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.