Below header

ଏହି ୫ଟି ରାଶି ପାଇଁ ୨୦୨୧ ରହିବ ବହୁତ ସୁନ୍ଦର, ହେବ ଟଙ୍କାର ବର୍ଷା

ଆସିଯାଇଛି ନୂଆ ବର୍ଷ ୨୦୨୧ । କରୋନାର ପ୍ରଭାବରେ ୨୦୨୦ ସମସ୍ତଙ୍କୁ କଷ୍ଟ ଦେଇଥିବା ବେଳେ ନୂଆ ବର୍ଷକୁ ନେଇ ସଭିଏଁ ଆଶାବାଦୀ । କେମିତି କଟିବ ଏହି ୨୦୨୧, କାହା ପାଇଁ କ’ଣ ନେଇ କରି ଆସୁଛି ନୂଆବର୍ଷ । ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ତେବେ ଯେଉଁ ରାଶିଗୁଡ଼ିକ ନୂଆ ବର୍ଷରେ ଅଧିକ ଲାଭବାନ ହେବେ ତାହା ରହିଛି ଏପରି ।

ଆସନ୍ତୁ ଜାଣିବା ୨୦୨୧ରେ କେଉଁ ରାଶି ଉପରେ ହେବ ଧନର ବର୍ଷା ।

mesh
photo credit : vedictime

ମେଷ :

ମେଷ ରାଶି ଜାତକଙ୍କ ପାଇଁ ୨୦୨୧ ମସିହା ବହୁତ ଉତ୍ସାହର ବର୍ଷ ହେବ । ଏହି ରାଶିମାନେ ବହୁତ ଶକ୍ତି ଆହରଣ କରିବେ । ଏହି ରାଶିର ଲୋକେ ଯଦି ଅଳ୍ପ ପରିଶ୍ରମ କଲେ ବି ଅପାର ସଫଳତା ଲାଭ କରିବେ । ଯାହା ଦ୍ୱାରା ଆପଣଙ୍କୁ ଭଲ ଅର୍ଥ ପ୍ରାପ୍ତି ମଧ୍ୟ ହେବ ।

vrishabha
photo credit : Asto Sage

ବୃଷ :

ଏହି ରାଶିର ଜାତକଙ୍କୁ ୨୦୨୧ରେ ନୂଆ ଖୁସି ମିଳିବ । ଏହି ଖୁସି ପାଇବା ପାଇଁ ଓ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କାମରେ ନିଜକୁ ପୂର୍ଣ୍ଣ ଭାବେ ସମର୍ପିତ କରିବାକୁ ପଡ଼ିବ । ଫଳରେ ଆପଣଙ୍କୁ ପରିଶ୍ରମର ଫଳ ମିଳିବ, କାରଣ ମେହନତ୍‌ କା ଫଲ୍‌ ମିଠି ହୋତା ହେ । ତେଣୁ ୨୦୨୧ରେ ଆପଣଙ୍କୁ ଢ଼େର୍‌ ଅର୍ଥ ପ୍ରାପ୍ତି ହେବ ।

tula
photo credit: AstroSage

ତୁଳା :

ତୁଳା ରାଶି ଜାତକଙ୍କ ପାଇଁ ୨୦୨୧ ବହୁତ ଉନ୍ନତୀ ଦେଖାଯାଉଛି । ଯଦି ଆପଣ କେଉଁଠାରେ କାମ କରୁଛନ୍ତି ତ ଆପଣଙ୍କୁ ପ୍ରମୋଶନ ମିଳିବାର ପୂର୍ଣ୍ଣ ଯୋଗ ରହିଛି । ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ତେବେ ଏହି ରାଶିର ଲୋକେ କାହା ଉପରେ ବେଶୀ ଭରଷା କରିବା ଉଚିତ୍‌ ନୁହେଁ । ତେବେ କୌଣସି ନିର୍ଣ୍ଣୟ ନେଲାବେଳେ ନିଜର ସମ୍ପର୍କିୟଙ୍କ ସହଯୋଗ ନେବା ଉଚିତ୍‌ । ବିବାହ ଯୋଗ୍ୟଙ୍କର ବିବାହ ଯୋଗ ସୁଝୁଛି ।

. karkat
photo credit :. Drikpanchang

କର୍କଟ :

ଏହି ରାଶିର ଜାତକଙ୍କୁ ୨୦୨୧ ବହୁତ କିଛି ଅନୁଭବ ଦେବ । ଖାଲି ସେତିକି ନୁହେଁ ଏହି ରାଶିର ଲୋକଙ୍କୁ ମନ ମୁତାବକ କାମ କରିବାର ମୌକା ମିଳିବ । ବିଗିଡି ଯାଇଥିବା କାମ ଠିକ୍‌ ହୋଇଯିବ । ଖାଲି ସେତିକି ନୁହେଁ ଏହି ରାଶିର ଲୋକଙ୍କ ପାଇଁ ଅର୍ଥ ପ୍ରାପ୍ତିର ଯୋଗ ବନୁଛି ।

bichha
photo credit :dreamstime.com

ବିଚ୍ଛା :

ଏହି ରାଶିର ଜାତକଙ୍କ ପାଇଁ ୨୦୨୧ର ପ୍ରଥମ କିଛି ଦିନ ମୁସ୍କିଲ୍‌ ଆଣିବ । ତେବେ ମାସେ ଦୁଇ ମାସ ପରେ ଜାତଙ୍କ ଜୀବନରେ କେବଳ ଖୁସି ହିଁ ଖୁସି । ନୂଆ ବର୍ଷରେ ବିଚ୍ଛା ରାଶିର ଲୋକେ ଏପରି କିଛି ନିର୍ଣ୍ଣୟ ନେବେ ଯାହା ତାଙ୍କର ଜୀବନ ବଦଳାଇ ଦେବ । ୨୦୨୧ ରେ ବିଚ୍ଛା ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ବହୁତ ଲାଭ ମିଳିବ । ନୂଆ ବର୍ଷ ଏହି ରାଶିରେ ଧନର ବର୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.