Below header

ଜର୍ଜିୟାରେ ଜନ୍ମ ନେଲା ‘ଇଣ୍ଡିଆ’, କୋଳେଇ ନେବାକୁ ଲାଗିଛି ହଜାର ଲୋକଙ୍କ ଭିଡ

ଜର୍ଜିୟା ଜଙ୍ଗଲରେ ପୋଲିସକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ନବଜାତ ଶିଶୁ ମିଳିଲା। ଏହାପରେ ପୋଲିସ ସେହି ଶିଶୁଟିକୁ ନେଇ ହସପିଟାଲରେ ଭର୍ତ୍ତି କରିଛନ୍ତି ଏହାପରେ ତୁରନ୍ତ ଶିଶୁଟିର ଚିକିତ୍ସା ଆରମ୍ଭ ହୋଇଯାଇଛି।

ଖାସ କଥା ହେଉଛି ଏହି ଅଜଣା ଅଚିହ୍ନା ଶିଶୁଟିର ପୋଲିସ ନାମ ରଖିଛନ୍ତି ‘ଇଣ୍ଡିଆ’। ହସପିଟାଲ ପକ୍ଷରୁ ଶିଶୁଟି ସୁସ୍ଥ ଥିବା ଜଣାପଡିଛି।ପିଲାଟିର ମା’କୁ ଖୋଜିବା ପାଇଁ ସୋସିଆଲ ମିଡିରେ ଏକ ଭିଡିଓ ଜାରୀ କରାଯାଇଛି।

ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ବହୁତ ଲୋକ ସମ୍ପର୍କ କରୁଛନ୍ତି। ଜଣେ ମହିଳା ଜଣାଇଛନ୍ତି ଯେ ଇଣ୍ଡିଆ ନାମ୍ନି ଏହି ଶିଶୁଟିକୁ ନେବା ପାଇଁ ତାଙ୍କ ବ୍ୟତୀତ ଆହୁରି ହଜାର ଲୋକ ପୋଷ୍ୟ ଭାବେ ନେବା ପାଇଁ ସମ୍ପର୍କ କରୁଛନ୍ତି।

ଏହା ସହ ପଢ଼ନ୍ତୁ : ୧୯ ବର୍ଷର ଏହି ବାଳକ ନଡିଆ ଖୋଳ ସହିତ କଲେ କିଛି ଏପରି କାରନାମା, ଯାହାକୁ ଦେଖି ରହିଗଲା ସାରା ଦୁନିଆ

ପୋଲିସ ଶିଶୁଟିକୁ ଉଦ୍ଧାର କରୁଥିବା ସମୟର ପୂରା ଘଟଣା କ୍ୟାମେରାରେ କଏଦ କରିଛନ୍ତି। ଏହି ଭିଡିଓକୁ ପୋଲିସ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହାଦ୍ବାରା ପିଲାଟିର ମା’ର ସୂଚନା ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.