ବୃଦ୍ଧ ଦମ୍ପତିଙ୍କୁ ଘରୁ ବାହାର କରିବା ପାଇଁ ଯୋଜନା କରୁଥିଲା ପୁଅ, ବାପା-ମା’ ଭିଡିଓ ଜରିଆରେ ସାହାଯ୍ୟ ପାଇଁ କଲେ ଗୁହାରୀ

ଗାଜିଆବାଦ ଲୋନୀ କ୍ଷେତ୍ରର ବାସିନ୍ଦା ୬୮ ବର୍ଷର ବୃଦ୍ଧ ମା’-ବାପାଙ୍କୁ ତାଙ୍କ ପୁଅ ବୋହୂ ଘରୁ ବାହାର କରୁଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୃଦ୍ଧ ବ୍ୟକ୍ତି ଜଣଙ୍କ ହ୍ରୁଦ ରୋଗୀ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କର ଆଣ୍ଠୁ ପ୍ରତ୍ୟାରୋପଣ ହୋଇଛି ଏବଂ ଅର୍ଥରାଇଟିସ୍ ରୋଗୀ ଅଟନ୍ତି।

ପୁଅ ବୋହୂ ଏହି ବୃଦ୍ଧ ଦମ୍ପତିଙ୍କୁ ଘରୁ ବାହାରକରିଦେବା ପାଇଁ ଚାହୁଁଥିଲେ ଏହା ଜାଣି ବୃଦ୍ଧ ଦମ୍ପତି ଗାଜିୟାବାଦର ଡିଏମଙ୍କ ସାହାଯ୍ୟ ଲୋଡିଛନ୍ତି। ଏହା ପରେ ଜିଲ୍ଲାଧିକାରୀଙ୍କ ଅନୁମତିରେ ପୋଲିସ କାର‌୍ୟ୍ୟନୁଷ୍ଠାନ କରିବାର ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଘଟଣାରେ ପୁଅ-ବୋହୂଙ୍କୁ ବୁଝାଶୁଝା କରିଛନ୍ତି।

ବୃଦ୍ଧ ବ୍ୟକ୍ତି ଅଭିଯୋଗ କରିଛନ୍ତି ତାଙ୍କ ପୁଅ ବୋହୂ ତାଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଲଗାଉଛନ୍ତି। ଏହାପରେ ବ୍ରୁଦ୍ଧ ବ୍ୟକ୍ତି ପୋଲିସର ସାହାଯ୍ୟ ଲୋଡି ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.