ଇଞ୍ଜିନିୟରିଂ ଛାତ୍ରଙ୍କ ହାଇଟେକ୍ ଲୁଟ୍, ଫୋନ୍ ପେ ଓ ଗୁଗୁଲ ପେ’ ଜରିଆରେ ହାଇୱେରେ ଲୁଟପାଟ

ଭୁବନେଶ୍ବର (କେନ୍ୟୁଜ୍) : ଇଞ୍ଜିନିୟରିଂ ଛାତ୍ରଙ୍କ ହାଇଟେକ୍ ଲୁଟ୍ । ବନ୍ଧୁକ ମୁନରେ ନୁହେଁ କି ଅପହରଣ କରି ନୁହେଁ । କମିଶନରେଟ ପୋଲିସ ହାତରେ ଫୋନ ପେ’ ଓ ଗୁଗୁଲ ପେ ମାଧ୍ୟମରେ ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗ। ଫୋନ୍ ପେ ଓ ଗୁଗୁଲ ପେ ଜରିଆରେ ହାଇୱେରେ ଚଳାଇଥିଲେ ଲୁଟପାଟ। ଲୁଟ ତରିକା ଶୁଣିବା ପରେ ପୋଲିସର ମୁଣ୍ଡ ବି ଘୂରେଇ ଦେଇଛି । ଏହି ଚାରି ଜଣ ହେଉଛନ୍ତି ହାଇେଓ୍ଵ ଲୁଟେରା । ୧୬ ନମ୍ବର ଜାତୀୟ ରାଜପଥର ପାହାଳରୁ ବାଣପୁର ଯାଏ ଏମାନେ କରନ୍ତି ଅପରେସନ୍ ।

ହାଇୱେରେ ଯାଉଥିବା ଲୋକଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ଟଙ୍କା ମାଗୁଥିଲେ । ଟଙ୍କା ନଦେଲେ ଫୋନ୍ ପେ ଓ ଗୁଗୁଲ ପେ, ଜରିଆରେ ଟ୍ରାଞ୍ଜାକ୍ସନ କରୁଥିଲେ । ଏପରିକି ପାଖରେ ଏଟିଏମ୍ କାଉଣ୍ଟର ଥିଲେ ଟଙ୍କା ଉଠାଇ ସେମାନଙ୍କୁ ଦେବାକୁ ବାଧ୍ୟ କରୁଥିଲେ ।

ଗିରଫ ୪ଜଣଙ୍କ ମଧ୍ୟରୁ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର । ସେମାନଙ୍କ ପାଖରୁ ଖଣ୍ଡା, ଟଙ୍କା, ବାଇକ ଓ ଦାମୀ ଫୋନ୍ ଜବତ କରିଛି ଜଟଣୀ ଥାନା ପୋଲିସ । ଏମାନଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରହିଛି । ଇଞ୍ଜିନିୟରିଂ ଛାତ୍ରମାନେ ଅପରାଧ ଦୁନିଆକୁ ଆସିବା ନୂଆ କଥା ନୁହେଁ । ହେଲେ ଲୁଟ ପାଇଁ ସେମାନେ ନୂଆ ନୂଆ ତରିକା ଆପଣେଇବା ପୋଲିସ ପାଇଁ ଚିନ୍ତାର କାରଣ ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.