Below header

ଚାଣକ୍ୟ ନୀତି : ଜୀବନରେ ଏହି ୪ ଜିନିଷରୁ ଗୋଟିଏ ମିଳିବା ଜରୁରୀ, ନଚେତ ଆପଣଙ୍କ ଜନ୍ମ ନେବା ବେକାର

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଯଦି ଆପଣଙ୍କ ଜୀବନ ଉଦ୍ଦେଶ୍ୟହିନ ତାହେଲେ ଆପଣଙ୍କ ଜୀବନ ବେକାର । ଏହା ଅପେକ୍ଷା ମୃତ୍ୟୁ ବରଂ ଶ୍ରେୟସ୍କର । ଏମିତି କିଛି ଜିନିଷ ଯଦି ଆପଣଙ୍କ ଜୀବନକାଳ ମଧ୍ୟରେ ନ ପାଇଲେ ତେବେ ସେହି ମନୁଷ୍ୟ ମୃତ ପ୍ରାୟ ବୋଲି ଧରାଯିବ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ଧରାପୃଷ୍ଟରେ ଆପଣଙ୍କ ଜନ୍ମ କିଛି ନା କିଛି କାରଣରୁ ହୋଇଛି ।

ତେଣୁ ଆପଣ ଏହି ଶରୀରରେ ଏପରି କିଛି କାମ କରନ୍ତୁ ଯେମିତି ଆପଣଙ୍କ ଯିବା ପରେ ମଧ୍ୟ ଲୋକେ ଆପଣଙ୍କୁ ଭୁଲି ପାରିବେ ନାହିଁ । ଆସନ୍ତୁ ଜାଣିବା ମନୁଷ୍ୟ ତା’ର ଜୀବନ କାଳ ମଧ୍ୟରେ ନିମ୍ନ ମଧ୍ୟରୁ ଗୋଟିଏ ଜିନିଷ ନିହାତି ଭାବେ ଅଧିକାର କରିବା କଥା ।

‘‘ ଧର୍ମାର୍ଥକାମମୋକ୍ଷେଷୁ ଯସୈକୋଅପି ନ ବିଦ୍ୟତେ ।
ଜନ୍ମ ଜନ୍ମାନି ମର୍ତ୍ୟେଷୁ ମରଣଂ ତସ୍ୟ କେବଳମ୍‌ ।। ’’

ଅର୍ଥ : ଯେଉଁ ମନୁଷ୍ୟକୁ ଧର୍ମ, ଅର୍ଥ,କାମ, ମୋକ୍ଷ ମଧ୍ୟରୁ ଗୋଟିଏ ବି ବସ୍ତୁ ନ ମିଳିପାରେ, ତେବେ ସେମାନଙ୍କ ଜୀବନ କେବଳ ମରିବା ପାଇଁ ହୋଇଥାଏ । ଏମିତି ଲୋକଙ୍କ ଜୀବନ ଜିଇଁବା, ମରିବା ସହ ସମାନ ହୋଇଥାଏ । ଏମାନେ ଜୀବନରେ କିଛି ସାର୍ଥକତା ହାସଲ କରି ପାରନ୍ତି ନାହିଁ ।

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ବ୍ୟକ୍ତିକୁ ଧର୍ମ ପାଳନ କରିବା ଉଚିତ୍‌ । କାରଣ ଏହାର ଆଧାରରେ ଜୀବନକୁ ଠିକ ମାର୍ଗରେ ନେଇପାରିବେ । ବ୍ୟକ୍ତି ଜନ୍ମ ନେବା ଅର୍ଥ କିଛି ନା କିଛି କାମ କରିବା ଉଚିତ୍‌ । ସେହିପରି ଏକ ଖୁସୀ ଜୀବନ ପାଇଁ ଧନ ସବୁଠୁ ଅଧିକ ଜରୁରୀ । ଯେଉଁ ବ୍ୟକ୍ତିଙ୍କ ନିକଟରେ ଏହି ୩ ବସ୍ତୁ ଥିବ ସେ ମୋକ୍ଷ ପ୍ରାପ୍ତି କରିଥାଏ । ତେଣୁ ଜଣେ ବ୍ୟକ୍ତିର ଜୀବନରେ ଏଥିରୁ ଗୋଟିଏ ଜିନିଷ ନିହାତି ମିଳିବା ଦରକାର । ନଚେତ ତାଙ୍କ ଜୀବନ ମୂଲ୍ୟହିନ ବୋଲି ଧରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.