ମଣ୍ଡପରେ ବରକୁ ଏହି କାମ ଦେଇ ଫସାଇ ଦେଲେ ପଣ୍ଡିତ, କନ୍ୟା ବି ଦେଲା ପୂରା ସାଥ୍‌; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ବାହାଘର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ପଣ୍ଡିତ ବରକୁ ଏଭଳି କାର୍ଯ୍ୟ ଦେଇଥିଲେ, ଯାହାକୁ ସଂପୂର୍ଣ୍ଣ କରିବାରେ ବର ଲାଗି ପଡିଥିଲେ। ତେବେ ବରକୁ ପଣ୍ଡିତ କେଉଁ କାର୍ଯ୍ୟ କରିବାକୁ କହିଥିଲେ ଆସନ୍ତୁ ଜାଣିବା…

ବାହାଘର ସମୟରେ ଅନେକ ଥର ବର ଓ କନ୍ୟାକୁ ଅଜବ ଅଜବ କାମ କରିବାକୁ କୁହାଯାଏ, ଯାହାକୁ ସଂପୂର୍ଣ୍ଣ କରିବା ଅତ୍ୟନ୍ତ କଷ୍ଟକର। ଯେତେବେଳେ ବର ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥାଏ, ସେବେଠୁ ବିବାହର ରୀତି ନୀତି ଆରମ୍ଭ ହୋଇଯାଏ। ବାହାଘର ମଣ୍ଡପରେ ବର ପହଞ୍ଚିଲା ବେଳକୁ ରାତି ଅଧ ହୋଇଯାଏ ଓ ତା’ପରେ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି ବିବାହ କର୍ମ ଆରମ୍ଭ କରି ଦିଅନ୍ତି। ବିବାହ ମଣ୍ଡପରେ ବାହାଘର ଶେଷରେ ସାତ ଫେରା ନେଲାବେଳେ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି ଏହାର ଅର୍ଥ ବୁଝାନ୍ତି। ଏହି ସମୟରେ କେବେ କେବେ ଏଭଳି ପରିସ୍ଥିତି ସୃଷ୍ଟି ହେଇଥାଏ, ଯାହା ବରକୁ ଚିନ୍ତାରେ ପକାଇଦିଏ। ସେଭଳି ଏକ ସ୍ଥିତିରେ ପଡ଼ିଥିଲା ଏକ ବର, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

View this post on Instagram

 

A post shared by I DONT SAY CHEESE (@idontsaycheese)

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ବର – କନ୍ୟା ବିବାହ ମଣ୍ଡପରେ ବସିଛନ୍ତି ଓ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଏହି ସମୟରେ ବର ଏକ ବିଷମ ପରିସ୍ଥିତିରେ ଫସିଯାଇଛନ୍ତି। ପଣ୍ଡିତ ତାଙ୍କୁ ଦହି-ଚିନି ଖାଇବାକୁ ଦେଇ କହୁଛନ୍ତି- ଯଦି ଆପଣ ସବୁ ଦହି-ଚିନି ଖାଇଦେବେ, ତେବେ ଆପଣଙ୍କ କନ୍ୟା ଖୁସି ହେଇଯିବ। ପଣ୍ଡିତଙ୍କ ଠାରୁ ଏଭଳି କଥା ଶୁଣି ବର ଦହି-ଚିନି ଖାଇବାକୁ ଲାଗିଥିଲେ। ପ୍ରକାଶ ଯେ କେତେକ ବିବାହରେ ବର କମ୍‌ ଦହି-ଚିନି ଖାଇଥାନ୍ତି, କିନ୍ତୁ ଯଦି ସେ ସବୁ ଖାଇଦିଅନ୍ତି ତେବେ ଲୋକମାନେ ତାଙ୍କୁ ପ୍ରଶଂସା କରିଥାନ୍ତି।

ଇନଷ୍ଟାଗ୍ରାମ ରିଲ୍‌ରେ ଆଇଡୋଣ୍ଟସେଚିଜ୍‌ ନାମର ଏକ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ କରାଯାଇଛି। ଲୋକମାନେ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। ଇତି ମଧ୍ୟରେ ଏହି ଭିଡିଓରେ ୧ହଜାର ଲାଇକ୍‌ ଓ କମେଣ୍ଟ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.