Google ର ବଡ଼ ଘୋଷଣା: ଆଗକୁ ବଦଳିଯିବ Gmail, ଏମିତି ଆସିବ ନଜର

Gmailର ଏକ ନୂଆ ଡିଜାଇନ୍‌କୁ ମାର୍କେଟକୁ ଆଣିବାକୁ ଯାଉଛି Google। Gmail ର ଏହି ନୂଆ ଡିଜାଇନ୍‌ Google Workspace ଯୋଜନାର ଏକ ଅଂଶ। ନୂଆ ଡିଜାଇନ୍‌ ଆସିବା ପରେ Gmail ବ୍ୟବହାରକାରୀଙ୍କୁ Google chat, Meet ଓ space ଗୋଟେ ଜାଗାରେ ମିଳିବ।

ନୂଆ Gmail ଆକାଉଣ୍ଟରେ ବ୍ୟବହାରକାରୀଙ୍କୁ ଇଣ୍ଟିଗ୍ରେଟେଡ୍‌ ଭ୍ୟୁ ଦେଖିବାକୁ ମିଳିବ। ଏହା ଚଳିତ ବର୍ଷ ଜୁଲାଇ ମାସ ପୂର୍ବରୁ ମାର୍କେଟକୁ ଆସିବ। Google Workspace ତଥ୍ୟ ଅନୁସାରେ,ଏହି workspace ବ୍ୟବହାରକାରୀ ଫେବ୍ରୁଆରୀ ୮ ସୁଦ୍ଧା ନୂଆ ଡିଜାଇନ୍‌କୁ ଟେଷ୍ଟ କରି ପାରନ୍ତି। ବର୍ତ୍ତମାନ ବ୍ୟବହାରକାରୀଙ୍କୁ mail, chat, ଓ meet ଗୋଟେ ଜାଗାରେ ମିଳୁଛି। କିନ୍ତୁ ନୂଆ ଡିଜାଇନ୍‌ ଆସିବା ପରେ ବ୍ୟବହାରକାରୀଙ୍କୁ ୪ଟି ବଟନ ମିଳିବ, ଯାହା ସାହାଯ୍ୟରେ mail, chat, space ଓ meet କୁ ସହଜରେ ଖୋଲିପାରିବେ।

ନୂଆ ଅପଡେଟ୍‌ ଆସିବା ପରେ ବ୍ୟବହାରକାରୀ କେବଳ ଗୋଟେ ବଟନ୍‌ ବ୍ୟବହାର କରିବେ। ଏହା ସହ ଅନ୍ୟ ଆପ୍‌ର ନୋଟିଫିକେସନ ବି ଦେଖିବାକୁ ପାଇବେ, ଯାହା ଦ୍ୱାରା ଆପଣ ଅନ୍ୟ ଆପ୍‌କୁ ଯାଇପାରିବେ। ଯେଉଁ ବ୍ୟବହାରକାରୀ Google ଆକାଉଣ୍ଟର ନୂଆ ଲେଆଉଟ୍‌କୁ ଅପଡେଟ୍‌ କରିଥିବେ ସେମାନଙ୍କୁ ଏହି ନୂଆ ଅପସନ୍‌ ଶୀଘ୍ର ଦେଖିବାକୁ ମିଳିବ। ସୂଚନାଯୋଗ୍ୟ Workspaceରେ ଏହି ପରିବର୍ତ୍ତନର ଘୋଷଣା ଗତ ବର୍ଷ ସେପ୍ଟେମ୍ବରରେ କରାଯାଇଥିଲା। ଏଥିରେ ଏକ ଫିଚର ସାହାଯ୍ୟରେ ବ୍ୟବହାରକାରୀ Google Meet ବିନା ବି ଅନ୍ୟ Gmail ୟୁଜର୍ସଙ୍କୁ ଓ୍ଵାନ୍‌ ଟୁ ଓ୍ଵାନ୍‌ କଲ୍‌ କରିପାରିବେ। Google ତଥ୍ୟ ଅନୁସାରେ ଯେଉଁ ମାନଙ୍କୁ Gmailର ନୂଆ ଲେଆଉଟ୍‌ ମିଳିନାହିଁ, ସେମାନଙ୍କୁ ଏପ୍ରିଲ ସୁଦ୍ଧା ଏହି ଅପଡେଟ୍‌ ମିଳିଯିବ।

Google ଅନୁସାରେ Gmail ଆକାଉଣ୍ଟର ସ୍ଥାୟୀ ପରିବର୍ତ୍ତନ ପୂର୍ବରୁ ଆପଣ ପୁରୁଣା Gmail ଆକାଉଣ୍ଟକୁ ଫେରିପାରିବେ। କିନ୍ତୁ ୨୦୨୨ ଜୁଲାଇ ମାସ ଶେଷ ଆଡ଼କୁ ଏହାକୁ ସ୍ଥାୟୀ କରିଦିଆଯିବ। ଅର୍ଥାତ୍‌ ଆପଣ ଖୁବ୍‌ ଶୀଘ୍ର ଏହି Gmail ଆକାଉଣ୍ଟର ନୂଆ ଫିଚର ଦେଖିବାକୁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.