ଦୁଇ ବର୍ଷ ପରେ ସ୍କୁଲର ହତା ମାଡିବେ ଛାତ୍ରଛାତ୍ରୀ : ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ହେବ ଅତିରିକ୍ତ କ୍ଲାସ୍‌

ଭୁବନେଶ୍ବର(କେନ୍ୟୁଜ୍): ପୂର୍ବରୁ ଥିବା ଗାଇଡଲାଇନ୍‌ ଅନୁସାରେ ସ୍କୁଲ, କଲେଜ ଖୋଲିବ । ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ଅତିରିକ୍ତ କ୍ଲାସ୍‌ ହେବ । ଆବଶ୍ୟକ ପଡ଼ିଲେ ଖରାଦିନ ଛୁଟି ଅବଧି କମାଇ ପାରିବେ ବିଭିନ୍ନ ବିଭାଗ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପୂର୍ବରୁ ଜାରି ଗାଇଡଲାଇନ ଅନୁସାରେ ହେବ । କେଜିଠାରୁ ନବମ ଶ୍ରେଣୀ ଯାଏଁ କ୍ଲାସରେ ପ୍ରମୋଶନ୍‌ ପରୀକ୍ଷା ହେବ । ଏବେ ରାଜ୍ୟରେ ପଜିଟିଭ୍‌ ହାର କମ୍‌ ରହିଛି । ୧୫-୧୮ ବର୍ଷ ପିଲାଙ୍କୁ ଟିକାକରଣ ଚାଲିଛି । ଛାତ୍ରଛାତ୍ରୀଙ୍କ ବୃହତ୍ତର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ-କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ ଯୋଗୁ ରାଜ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହେଲାଣି ପ୍ରାଥମିକ ସ୍କୁଲ ବନ୍ଦ ରହିଛି । ଦ୍ୱିତୀୟ ଲହରରେ ଷଷ୍ଠରୁ ଉପର ଶ୍ରେଣୀ ଯାଏଁ ସ୍କୁଲ କଲେଜ ଖୋଲିଥିଲା । ତୃତୀୟ ଲହର ଯୋଗୁ ଗତ ୧୦ ତାରିଖରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

କରୋନା କାଳରେ ଦେଶରେ ଧୀରେ ଧୀରେ ଖୋଲିଛି ସ୍କୁଲ । ୧୧ଟି ରାଜ୍ୟରେ ସ୍କୁଲ ସଂପୂର୍ଣ୍ଣ ଖୋଲିଥିବା ବେଳେ ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଂଶିକ ଖୋଲିଛି । ପ୍ରାୟତଃ ନବମରୁ ଦ୍ୱାଦଶ ଶ୍ରେଣୀରେ ଆରମ୍ଭ ହୋଇଛି ଶ୍ରେଣୀଗୃହ ଶିକ୍ଷାଦାନ । ୯ଟି ରାଜ୍ୟରେ ସ୍କୁଲ ସଂପୂର୍ଣ୍ଣ ବନ୍ଦ ରହିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷକ ଓ ଅଣଶିକ୍ଷକଙ୍କ କୋଭିଡ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଦେଶରେ ହାରାହାରି ୯୫ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକଙ୍କ ଟିକାକରଣ ହୋଇଥିବା ବେଳେ କିଛି ରାଜ୍ୟରେ ଶହେ ପ୍ରତିଶତ ଟିକାକରଣ ହୋଇଛି। ସେହିପରି ସ୍କୁଲ ଖୋଲିଲେ ପିଲାଙ୍କ ସ୍କୁଲ ଯିବା ନେଇ ଅଭିଭାବକ ନିଷ୍ପତ୍ତି ନେବେ କି ନାହିଁ ସେନେଇ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.