Below header

ଦେବଶୟନ ଏକାଦଶୀ : ଜାଣନ୍ତୁ କେମିତି ଆଉ କେତେବେଳେ କରିବେ ପୂଜା, କେଉଁ ମନ୍ତ୍ର କରିବେ ଜପ

ଦେବଶୟନ ଏକାଦଶୀ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ବ ରଖିଥାଏ। ପ୍ରତିବର୍ଷ ଆଷାଢ ମାସର ଶୁକ୍ଲ ପକ୍ଷ ଏକାଦଶୀରେ ଏହି ବ୍ରତ ପାଳନ କରାଯାଏ। ପୁରାଣ ଅନୁଯାୟୀ, ଏହି ତିଥିରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହିଥାନ୍ତି। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ଯ କରାଯାଏ ନାହିଁ। ଏଠାରୁ ଚତୁର୍ମାସ ଆରମ୍ଭ ହୋଇଯାଏ।

ଜାଣନ୍ତୁ ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି: ଏକାଦଶୀ ସୋମବାର ରାତି ୯.୫୯ ଆରମ୍ଭ ହୋଇ ଆଜିସଂଧ୍ଯା ୭.୧୭ରେ ସମାପ୍ତ ହେବ। ଉଦୟା ତିଥି କାରଣରୁ ୨୦ ଜୁଲାଇରେ ବ୍ରତ ରଖାଯିବ।

ବ୍ରହ୍ମ ମୁହୂର୍ତ୍ତ: ସକାଳ ୪.୧୪ରୁ ଆରମ୍ଭ ହୋଇ ୪.୫୫।
ଅଭିଜିତ ମୁହୂର୍ତ୍ତ: ୧୨ ଟାରୁ ଆରମ୍ଭ ହୋଇ ୧୨.୫୫।
ବିଜୟ ମୁହୂର୍ତ୍ତ: ୨.୪୫ରୁ ଆରମ୍ଭ ହୋଇ ୩.୩୯।
ଗୋଧୂଳି ମୁହୂର୍ତ୍ତ: ୭.୦୫ରୁ ଆରମ୍ଭ ହୋଇ ୭.୨୯।
ଅମୃତ କାଳ: ସକାଳ ୧୦.୫୮ରୁ ଆରମ୍ଭ ହୋଇ ୧୨.୨୭ ଯାଏଁ ରହିବ।

ବ୍ରତ ବିଧି: ବ୍ରତ କରିବା ପାଇଁ ସକାଳୁ ଭଗବାନ ବିଷ୍ଣୁଙ୍କ ସ୍ମରଣ କରନ୍ତୁ। ବ୍ରତ ସଂକଳ୍ପ ନିଅନ୍ତୁ। ହଳଦିଆ ରଙ୍ଗର ଆସନ ପକାଇ ତା ଉପରେ ବିଷ୍ଣୁଙ୍କ ପ୍ରତିମା ସ୍ଥାପନା କରି ଧୂପ, ଦୀପ, ହଳଦିଆ ଫୁଲ ଦିଅନ୍ତୁ।

ବିଷ୍ଣୁଙ୍କ ମନ୍ତ୍ର:

ଓ ବଷ୍ଣବୈ ନମଃ, ଓଁ ଅଂ ବାସୁଦେବା ନମଃ, ଓଁ ଅଂ ସକର୍ଷଣାୟ ନମଃ, ଓଁ ଅଂ ପ୍ରଦ୍ଯୁନ୍ମାୟ ନମଃ, ଓଁ ଅଃ ଅନିରୁଦ୍ଧାୟ ନମଃ, ଓଁ ନାରାୟଣାୟ ନମଃ ମନ୍ତ୍ର ଜପ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.