ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶେଷ, ରଥାରୁଢ ହେଲେ ତିନି ଠାକୁର

ପୁରୀ(କେନ୍ଯୁଜ୍):  ଆଜି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦି ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତୀ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କର କରିବେ ମାନଭଞ୍ଜନ। ଏହି ଅବସରରେ ଆଜି ସକାଳେ କରୋନା କଟକଣା ଭିତରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ।

sudarshanbahuda jatra

ଶ୍ରୀସୁଦର୍ଶନଙ୍କର ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ।  ପହଣ୍ଡିରେ ଆସି ତାଳଧ୍ବଜ ରଥରେ ବିଜେ କରିଥିଲେ ମହାପ୍ରଭୁ। ଏହାପରେ ଧାଡ଼ି ପହଣ୍ଡିରେ ଦେବୀ ସୁଭଦ୍ରା ଦେବଦଳନ ରଥକୁ ବିଜେ କରିଥିଲେ। ଶେଷରେ ସବାୟତଙ୍କ ଗହଣରେ  ଗୁଣ୍ଡିଚାରୁ ବାହାରି ଟାହିଆ ହଲେଇ ହଲେଇ ଆସିଥିଲେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ। ପହଣ୍ଡିରେ ଆସି ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ ଜଗତକର୍ତ୍ତା।

subhadrajagannath

ଏବେ ରଥାରୁଢ ହୋଇସାରିଛନ୍ତି ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ବଡ଼ଠାକୁର ଶ୍ରୀଜଗନ୍ନାଥ।  ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.