ଭାରତରେ ପ୍ରଥମ ଘଟଣା, ମହିଳା ଡାକ୍ତର ଆଲ୍ଫା-ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ

ଆସାମ: ଆସାମର ଜଣେ ମହିଳା ଡାକ୍ତରଙ୍କଠାରେ କରୋନା ମହାମାରୀ ଭୂତାଣୁର ଆଲ୍ଫା ଏବଂ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଜଣଙ୍କଠାରେ ୨ଟି ଭାରିଆଣ୍ଟ ରହିଥିବା ଭାରତରେ ପ୍ରଥମ ଘଟଣା। ପୂର୍ବ ଆସାମର ଦିବ୍ରୁଗଡ଼ ଜିଲାରେ ବାସ କରୁଥିବା ମହିଳା ଡାକ୍ତରଙ୍କ କ୍ଷେତ୍ରରେ ଏଭଳି ଘଟିଛି। ତାଙ୍କର ସ୍ବାମୀଙ୍କଠାରେ ଆଲ୍ଫା ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଡାକ୍ତର ଜଣକ ଭାକ୍ସିନ୍‌ର ଉଭୟ ଡୋଜ୍‌ ନେଇ ସାରିଥିବା ସ୍ଥାନୀୟ ଆଇସିଏମ୍‌ଆର୍‌ ଅଧିକାରୀ ସୂଚନା ଦେଇଛନ୍ତିି।

ସୂଚନା ଅନୁସାରେ ଡିବ୍ରୁଗଡ଼ରେ ଥିବା ଆରଏମଆରସିରେ ଏନେଇ ପରୀକ୍ଷା ପରେ ଜଣାପଡ଼ିଛି। ଟିକାର ଦୁଇଟି ଡୋଜ୍‌ ନେବାର ମାସେ ପରେ ମହିଳା ଡାକ୍ତର ଉଭୟ ଆଲ୍‌ଫା ଏବଂ ଡେଲଟା ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ଠାରେ ହାଲକା ଲକ୍ଷଣ ଦେଖାଦେଇଥିବା ବେଳେ ସେ ହସ୍ପିଟାଲରେ ଭର୍ତ୍ତି ବିନା ସୁସ୍ଥ ହୋଇଛନ୍ତି । ବିଶ୍ବରେ ଡବଲ୍‌ ସଂକ୍ରମଣ ମାମଲା ବହୁତ କମ୍‌ ଦେଖିବାକୁ ମିଳୁଛି।

corona

ଏହା ପୂର୍ବରୁ ୯୦ ବର୍ଷୀୟା ବେଲଜିୟମର ମହିଳା ଭୂତାଣୁର ଦୁଇଟି ଭାରିଏଣ୍ଟରେ ସଂକ୍ରମିତ ହୋଇଥିଲେ । ଏହା ପରେ ଚଳିତବର୍ଷ ମାର୍ଚ୍ଚରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ଆଣ୍ଟିବଡି କିକଶିତ ହେବା ପୂର୍ବରୁ ୨-୩ ଦିନରେ ପୁଣି ଥରେ ସଂକ୍ରମଣ ହେଲେ ଡବଲ୍‌ ସଂକ୍ରମଣ ହୋଇଥାଏ ବୋଲି ଆରଏମଆରସିର ବରିଷ୍ଠ ଡାକ୍ତର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯଦିଓ ବ୍ରିଟେନ, ବ୍ରାଜିଲ୍‌ ଏବଂ ପର୍ତ୍ତୁଗାଲରେ ଏମିତି ଡବଲ୍‌ ସଂକ୍ରମଣ ମାମଲା ମିଳିଥିଲା କିନ୍ତୁ ଭାରତରେ ପୂର୍ବରୁ ଏମିତି ସଂକ୍ରମଣ ନେଇ ରିପୋର୍ଟ ମିଳିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.