Below header

ନିଜ ବେଗ ଠାରୁ କ୍ଷିପ୍ର ଗତିରେ ଘୂରୁଛି ପୃଥିବୀ, କମି କମି ଯାଉଛି ଦିନର ଅବଧି

ନିଜ ବେଗ ଠାରୁ ବଢ଼ିଯାଇଛି ପୃଥିବୀର ବେଗ । ଆଗ ଅପେକ୍ଷା କ୍ଷୀପ୍ର ଗତିରେ ଘୁରୁଛି ପୃଥିବୀ । ନିଜ କକ୍ଷପଥରେ ସାମାନ୍ୟ ଅଧିକ ବେଗରେ ପୃଥିବୀ ଘୁରୁଥିବା ଜଣାପଡ଼ିଛି । ଏହି କାରଣରୁ ଦିନର ଅବଧି ୨୪ ଘଣ୍ଟାରୁ ସାମାନ୍ୟ କମ ହୋଇଥିବା ଜଣାପଡ଼ିଛି । ଗତ ୫ ଦଶନ୍ଧିରେ ଏହି ନୀଳଗ୍ରହର ବେଗ ବଢିଥିବା ନେଇ ଲକ୍ଷ କରାଯାଇଛି । ଗବେଷଣାରୁ ଜଣାଯାଇଛିକି, ୨୦୨୦ ରେ ୨୮ ଟି ଦିନର ଅବଧି ସାଧାରଣ ଠାରୁ କମ ଥିଲା । ୧୯୬୦ ପରେ ଏମିତି ପ୍ରଥମ ଥର ପାଇଁ ଘଟିଥିବା ନେଇ ରେକର୍ଡ ହୋଇଛି । ବୈଜ୍ଞାନିକଙ୍କ ଅନୁଯାୟୀ ୨୦୨୧ ରେ ଏହା ଠାରୁ ବି ଦିନ ଆହୁରି ଛୋଟ ହେବାର ଆଶଙ୍କା ଅଛି । ଏହା ପୂର୍ବରୁ କେବେ ମଧ୍ୟ ନେଗେଟିଭ ଲିପ୍‌ ସେକେଣ୍ଡକୁ ସମୟରେ ଯୋଡ଼ା ଯାଇନଥିଲା ।

earth image

କିନ୍ତୁ ୧୯୭୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଥର ଏକ ସେକେଣ୍ଡ ଲେଖାଏ ଅଧିକ ଯୋଡ଼ାଯାଇଛି ଯେତେବେଳେ ପୃଥିବୀ ନିଜ ଚାରିପାଖରେ ଘୁରିବା ପାଇଁ ୨୪ ଘଣ୍ଟାରୁ ଅଧିକ ସମୟ ନେଇଥିଲା । କିନ୍ତୁ ୨୦୨୦ରେ ଏହାର ବିପରୀତ ସ୍ଥିତି ଦେଖାଦେଇଛି । ୧୯୬୦ ପରଠାରୁ ଅଟୋମେଟିକ ଘଣ୍ଟା ଦିନର ସମୟକୁ ସଠିକ ଭାବେ ଦେଖାଇ ଆସିଛି । ୫୦ ବର୍ଷ ହେବ ପୃଥିବୀରେ ନିଜ କକ୍ଷପଥରେ ପ୍ରଦକ୍ଷିଣ କରିବା ପାଇଁ ୮୬ହଜାର ୪ଶହ ସେକେଣ୍ଡ ସମୟ ନେଇଆସୁଛି । ଯାହାକି ୨୪ ଘଣ୍ଟା ସହ ପ୍ରାୟତଃ ସମାନ । ଯାହାକୁ ଇଂରାଜୀରେ “ୱାନ ମିନ ସୋଲାର ଡେ” ବୋଲି କୁହାଯାଏ । ତେବେ ୨୦୨୦ରେ ଏହି ସମୟ କମ ରହିଛି ।

୨୦୨୦ ଜୁଲାଇ ୧୯ ତାରିଖରେ ଦିନର ଅବଧି ୨୪ ଘଣ୍ଟାରୁ ୧. ୪୪୦୨ ମିଲି ସେକେଣ୍ଡ ପର୍ଯ୍ୟନ୍ତ କମ ସମୟ ରହିଥିଲା । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଛୋଟ ଦିନ ବୋଲି ରେକର୍ଡ଼ ହୋଇଛି । କିନ୍ତୁ ୨୦୨୧ରେ ପ୍ରତି ଦିନ ୦.୦୫ ମିଲି ସେକେଣ୍ଡ ଲେଖାଏଁ କମି କମି ଯାଉଛି । ଏହା ପୂର୍ବରୁ ୨୦୦୫ ରେ ଏମିତି ସମାନ ସ୍ଥିତି ଦେଖାଦେଇଥିଲା । କିନ୍ତୁ ଗତ ୧୨ ମାସ ଭିତରେ ଏହି ରେକର୍ଡ ୨୮ ଥର ଭାଙ୍ଗି ସାରିଛି । ଏହି ପରିବର୍ତ୍ତନ କାରଣରୁ ବଡ଼ ଧରଣର ପ୍ରଭାବ ଦେଖିବାକୁ ମିଳିପାରେ । ସାଟେଲାଇଟ ଏବଂ ଯୋଗାଯୋଗ ଉପକରଣ ସୋଲାର ଟାଇମ ହିସାବରେ କାର୍ଯ୍ୟ କରିଥାଏ । ଯାହାକି ସମ୍ପୂର୍ଣ୍ଣ ରୂପେ ତାରା, ଚନ୍ଦ୍ର ଓ ସୂର୍ଯ୍ୟର ସ୍ଥିତି ଓ ଗତିବିଧି ଉପରେ ନିର୍ଭର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.