କୋଭିଡ୍ ସଂକ୍ରମଣକୁ ନେଇ ବାଲୁକା କଳା ମାଧ୍ଯମରେ ୩ ସୁତ୍ରୀ ସଚେତନ ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଦେଶରେ ଏବେ ବି କୋଭିଡ ସଂକ୍ରମଣ ଆଶଙ୍କା କମି ନାହିଁ। ବ୍ରିଟେନରେ ଯେଭଳି ପୁଣି କୋଭିଡ ଭୁତାଣୁ ନୂଆ ଧରଣର ସଂକ୍ରମଣ କରିଛି ଭାରତରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିପାରେ। ଏଥିପାଇଁ ସାରା ଦେଶବାସୀ ସତର୍କ ହେବା ଦରକାର।
ଏନେଇ ଲୋକଙ୍କୁ ବାଲୁକାକଳା ମାଧ୍ୟମରେ ସଚେତନ ବାର୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାରମ୍ବାର ହାତ ଧୋଇବା , ମାସ୍କ ସବୁ ବେଳେ ପନ୍ଧିବା ଏବଂ ପରସ୍ପର ଠାରୁ ସାମାଜିକ ଦୂରତା ବଜାୟ ରଖିବା ଏହି ୩ ସୁତ୍ରୀ ସଚେତନ ବାର୍ତା ରହିଛି ଏହି ବାଲୁକା ଚିତ୍ରକଳାରେ।