ହାର୍ଟ ଆଟାକରୁ ଠିକ୍ ହେବା ପରେ ଜିମରେ ୱାର୍କଆଉଟ କଲେ ରେମୋ, ଭାଇରଲ ହେଲା ଭିଡିଓ
ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଓ ଫିଲ୍ମ ନିର୍ମାତା ରେମୋ ଡିସୁଜା ସୁସ୍ଥ ହୋଇ ମେଡିକାଲ୍ରୁ ଫେରିଛନ୍ତି। ହୃଦ୍ଘାତ ହୋଇଥିବା ରେମୋ ମେଡିକାଲ୍ରୁ ଆସୁ ଆସୁ ବର୍ତ୍ତମାନ ଫିଟନେସ୍ କୁ ଗୁରୁତ୍ବ ଦେଉଛନ୍ତି। ରେମୋ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜିମରେ ୱାର୍କଆଉଟ କରୁଥିବା ନଜର ଆସିଛନ୍ତି।
ଭିଡିଓରେ ରେମୋ ୱେଟ ଲିଫ୍ଟିଂ କରୁଛନ୍ତି। ମାସ୍କ ପିନ୍ଧି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ଲେଖିଛନ୍ତି, ‘କମବ୍ଯାକ୍ ସବୁବେଳେ ପଛକୁ ହଟିଲେ ହିଁ ମଜବୁତ ହୋଇଥାଏ ’ ଆଉ ଆଜି ଏହାର ଆରମ୍ଭ ହୋଇଛି। ଧିରେ ଧିରେ କିନ୍ତୁ ନିଶ୍ଚିତ ଭାବେ। ଏହି ଭିଡିଓରେ ରେମୋଙ୍କ ସହିତ ଜଣେ ମେଡିକାଲ ପରାମର୍ଶଦାତା ମଧ୍ୟ ରହିଛନ୍ତି।
View this post on Instagram
ସୂଚନାଯୋଗ୍ଯ, ଡିସେମ୍ବରରେ ରେମୋ ଜିମରେ ୱାର୍କଆଉଟ କରିବା ସମୟରେ ହାର୍ଟଆଟାକରେ ଶିକାର ହୋଇଥିଲେ। ପରେ ତାଙ୍କୁ ମୁମ୍ବାଇର ଏକ ହସପିଟାଲରେ ଆଡମିଟ୍ କରାଯାଇଥିଲା।