ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ବଡ ଖବର, ନୂଆ ପ୍ରାଇଭେସି ପଲିସି ଗ୍ରହଣ କରନ୍ତୁ ନଚେତ ଆପ୍ ଡିଲିଟ୍ କରନ୍ତୁ

ହ୍ଵାଟ୍‌ସଆପ୍ ୟୁଜର୍ସଙ୍କ ପାଇଁ ବଡ ଖବର । ନୂଆ ପ୍ରାଇଭେସି ପଲିସି ଆଣୁଛି କମ୍ପାନୀ । ଏଣିକି ୟୁଜର୍ସଙ୍କୁ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡିବ । ଯଦି ୟୁଜର୍ସ ଏହି ପଲିସିକୁ ଗ୍ରହଣ ନ କରନ୍ତି ତାହେଲେ ତାଙ୍କୁ ଆପ୍ ଡିଲିଟ କରିବାକୁ ପଡିବ।

ହ୍ୱାଟସଆପ୍ ୟୁଜର୍ସଙ୍କୁ ନୂଆ ଆପର ନୂଆ ଟର୍ମ ଏବଂ ପ୍ରାଇଭେସି ପଲିସିକୁ ଶୀଘ୍ର ଗ୍ରହଣ କରିବାକୁ ହେବ। ଯଦି ୟୁଜର୍ସ ଏହି ପ୍ରାଇଭେସି ପଲିସିକୁ ଗ୍ରହଣ ନ କରନ୍ତି ତାହେଲେ ହ୍ୱାଟ୍ସଆପ ବ୍ୟବହାର କରିପାରିବେ ନାହିଁ। WABetaInfo କହିବାନୁଯାୟୀ, ହ୍ୱାଟସଆପ୍ ୨୦୨୧ ଫେବୃଆରୀ ୮ ତାରିଖରେ ନିଜର ଟର୍ମ ଅଫ୍ ସର୍ଭିସ୍ ଅପଡେଟ୍ କରିବାକୁ ଯାଉଛି। ଯଦି ହ୍ୱାଟସଆପ୍ ୟୁଜର୍ସ ଏଥିପାଇଁ ରାଜି ନ ହୁଅନ୍ତି ତାହେଲେ ସେ ହ୍ୱାଟସଆପ୍ ବ୍ୟବହାର କରିପାରିବେ ନାହିଁ। ଏଭଳି ସ୍ଥିତିରେ ୟୁଜର୍ସ ସିଗନାଲ୍ ଓ ଟେଲିଗ୍ରାମ ଆପ୍ ଆଡକୁ ମୁହାଁଉଛନ୍ତି । ଏହି ଆପ୍‌ରେ କମ୍ପାନୀକୁ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡିବ ନାହିଁ ।

whatsapp

ହ୍ୱାଟସଆପ୍ ୟୁଜର୍ସଙ୍କ ପାଖରେ ବର୍ତ୍ତମାନ Not Now ଅପ୍ସନ୍ ଅଛି। ଅର୍ଥାତ ୟୁଜର୍ସ ନିଜ ଇଚ୍ଛା ଅନୁସାରେ ଏହାକୁ ଗ୍ରହଣ କରିପାରିବେ। ଗ୍ରହଣ ନ କଲେ ବି ଆପ ଚାଲିବ। ନୂଆ ପଲିସି ଅନୁଯାୟୀ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଇଣ୍ଟିଗ୍ରେସନ୍ ହେବ। ହ୍ୱାଟସଆପ୍ ଡାଟା ପୂର୍ବରୁ ମଧ୍ୟ ଫେସବୁକ୍ ସହ ସେୟାର ହେଉଥିଲା କିନ୍ତୁ ବର୍ତ୍ତମାନ ଫେସବୁକ୍ ଓ ଇନଷ୍ଟାଗ୍ରାମର ଇଣ୍ଟିଗ୍ରେସନ୍ ପୂର୍ବ ଅପେକ୍ଷା ଅଧିକ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.