ରାଜ୍ଯରେ ଆଜି ୨୦୬ କରୋନା ପଜିଟିଭ୍ ଚିହ୍ନଟ, ଗଲା ଜଣଙ୍କ ଜୀବନ

ଭୁବନେଶ୍ବର:  ରାଜ୍ଯରେ ଆଜି ୨୦୬ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୧୯, ଏବଂ ଲୋକାଲ୍ କେସରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ହଜାର ୬୦୨କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୭ ହଜାର ୫୩୪। ଆକ୍ଟିଭ କେସ୍‌ ରହିଛି ୨ ହଜାର ୧୨୪।

ଅନ୍ଯପଟେ ରାଜ୍ଯରେ ଆଜି ଜଣଙ୍କର ଜୀବନ ନେଇଛି କରୋନା । ତେବେ ଏହାକୁ ମିଶାଇ ରାଜ୍ଯରେ ସମୁଦାୟ କରୋନା ମୃତ୍ୟୁସଂଖ୍ଯା ୧୮୯୧କୁ ବୃଦ୍ଧି ପାଇଛି। ମୃତକ ଜଣଙ୍କ ମାଲକାନଗିରି ଜିଲ୍ଲାର ଜଣେ ୪୭ ବର୍ଷିୟା ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.