ନିଶାରେ ଚୁର ହୋଇ ୱାସିଂ ମେସିନ ଭିତରେ ପଶିଗଲେ ମହିଳା କିନ୍ତୁ ଜାଣିନଥିଲେ ତାଙ୍କ ସହ କିଛି ଏମିତି ଘଟିବ, ଦେଖନ୍ତୁ ଭିଡିଓ

କିଛି ଲୋକ ମଦ ପିଇବା ପରେ ଏମିତି କିଛି କାମ କରି ବସନ୍ତି ଯାହାକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡେ । ଠିକ ସେହିପରି କିଛି ଘଟିଛି ଏହି ମହିଳା ଜଣଙ୍କ ସହିତ । ନିଜ ବନ୍ଧୁମାନଙ୍କ ସହିତ ପାର୍ଟି କରୁଥିବା ସମୟରେ ଏତେ ମଦ ପିଇ ଦେଇଥିଲେ ଯେ ସେ ୱାସିଂ ମେସିନ ଭିତରେ ପଶିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଶେଷରେ ସେଇଆ ହିଁ କରିଥିଲେ ଯାହା ତାଙ୍କୁ କରିବାର ନଥିଲା । କିନ୍ତୁ ତା ପରର ଅବସ୍ଥା ବିଷୟରେ ଜାଣିଲେ ଆପଣ ମଧ୍ୟ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ । କାରଣ ୱାସିଂ ମେସିନ ଭିତରେ ପଶିବା ପରେ ଏହି ମହିଳା ଜଣକ ଆଉ ବାହାରକୁ ବାହାରି ପାରିନଥିଲେ । ତାଙ୍କ ଅଣ୍ଟା ଅଧାରୁ ମେସିନ ଭିତରେ ଅଟକି ଯାଇଥିଲା ଆଉ ସେ ବାହାରକୁ ବାହାରି ପାରିନଥିଲେ । ଯଦିଓ ଉକ୍ତ ଯୁବତୀଙ୍କୁ ଏମିତି ଗମ୍ଭୀର ପରିସ୍ଥିତିରେ ଦେଖି ତାଙ୍କ ସାଙ୍ଗମାନେ ଶେଷରେ ବାଧ୍ୟ ହୋଇ ଫାୟାର ଫାଇଟର୍ସଙ୍କୁ ଡାକିଥିଲେ ଏବଂ ସେମାନେ ଆସି ତାଙ୍କୁ ୱାସିଂ ମେସିନ ଭିତରୁ ବାହାର କରିଥିଲେ ।
— TheTabTikToks (@TikTab) October 2, 2020
ସୂଚନା ଅନୁଯାୟୀ 21 ବର୍ଷୀୟା ରୋଜି କୋଲ ନାମକ ଏହି ଯୁବତୀ ଜଣେ ଛାତ୍ରୀ ଅଟନ୍ତି । ଗତ ସନ୍ଧ୍ୟାରେ ସେ ନିଜ ବନ୍ଧୁମାନଙ୍କ ସହ ମିଶି ନିଜ ଘରେ ପାର୍ଟି କରୁଥିଲେ । ତେବେ ଏହି ପାର୍ଟି ସମୟରେ ସେ ଅତ୍ୟଧିକ ପିଇ ଦେଇଥିଲେ । ନିଶାରେ ଚୁର ହୋଇ ସେ ଘେରରେ ଥିବା ଏକ ୱାସିଂ ମେସିନ ଭିତରେ ପଶି ଯାଇଥିଲେ । କିନ୍ତୁ ଏହି ମଜାକ ତାଙ୍କ ପାଇଁ କାଳ ହୋଇଯାଇଥିଲା । ସେ ୱାସିଂ ମେସିନ ଭିତରେ ପଶି ଯାଇଥିଲେ ସତ କିନ୍ତୁ ତା ଭିତରୁ ଆଉ ସେ ବାହାରି ପାରିନଥିଲେ ।
ଏହାପରେ ତାଙ୍କ ବନ୍ଧୁମାନେ ରାତି ପ୍ରାୟ 11ଟା ସମୟରେ ଏମର୍ଜେନ୍ସିକୁ କଲ କରିଥିଲେ ଆଉ ରେସକ୍ୟୁ ଟିମ ଆସି ତାଙ୍କୁ ୱାସିଂ ମେସିନ ଭିତରୁ ବାହାର କରିଥିଲେ । ତେବେ ଏହି ଭିଡିଓକୁ ଟିକଟ୍ୟାବ ନାମକ ଟ୍ୱିଟର ୟୁଜର ସେୟାର କରିଥିଲେ । ଏଥିରେ ଆପଣ ଦେଖିପାରୁଥିବେ ଯେ କିପରି ମହିଳା ଜଣକ ୱାସିଂ ମେସିନ ଭିତରେ ଟେକି ରହିଛନ୍ତି ଏବଂ ରେସକ୍ୟୁ ଟିମ ଆସି ତାଙ୍କୁ ବାହାରକୁ ବାହାର କରୁଛନ୍ତି ।