୧୮ଘଣ୍ଟାର ଅପରେସନ୍‌ ପରେ ହାତୀ ହତ୍ୟାକାରୀ ଶଙ୍କର ମହାନ୍ତ ଗିରଫ, ଚମ୍ପୁଆ ବନାଞ୍ଚଳରୁ କାବୁ କଲା ପାଲଲହଡା ବନ ବିଭାଗ

କେନ୍ଦୁଝର: କେନ୍ଦୁଝର ଓ ଦେବଗଡ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ଟ୍ରାକିଂ ପରେ ହାତୀ ହତ୍ୟାକାରୀ ଗିରଫ। ୧୮ଘଣ୍ଟାର ଅପରେସନ୍ ପରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ମହାନ୍ତକୁ ଚମ୍ପୁଆ ବନାଞ୍ଚଳରୁ ଗିରଫ କଲା ପାଲଲହଡା ବନାଞ୍ଚଳ ଅଧିକାରୀ। ଗତ ଦୁଇ ଦିନ ତଳେ ଅନୁଗୁଳ ଜିଲ୍ଲା ଦେବଗଡ଼ ବନଖଣ୍ଡ ପାଲଲହଡା ଥାନା ଝରଣ ନିକଟ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା।

ଦୁର୍ବତ୍ତମାନେ ହାତୀର ଦାନ୍ତ କାଟି ନେଇଥିଲେ। ଏହାପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ କେନ୍ଦୁଝର ଓ ଦେବଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ଟ୍ରାକିଂ କରାଯାଇଥିଲା। ପୂର୍ବରୁ ୩ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ମୁଖ୍ୟ ଅଭିଯୁକ୍ତ ବନ୍ଧା ହୋଇଛି। ଅନ୍ୟ ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।