Below header

ଗଙ୍ଗା ସପ୍ତମୀ: ଏହି ଦିନରେ ସ୍ବର୍ଗରୁ ଭଗବାନ ଶିବଙ୍କ ଜଟାରେ ପହଞ୍ଚିଥିଲେ ମା’ ଗଙ୍ଗା, ପଢନ୍ତୁ ପୁରା କଥା

ହିନ୍ଦୁ ଧର୍ମ ଅନୁସାରେ, ବୈଶାଖ ମାସର ଶୁକ୍ଳ ପକ୍ଷର ସପ୍ତମୀ ତିଥିରେ ଗଙ୍ଗା ସପ୍ତମୀ ପାଳନ କରାଯାଏ। ଧାର୍ମିକ ମାନ୍ଯତା ଅନୁଯାୟୀ ଏହି ଦିନ ମା ଗଙ୍ଗା ସ୍ବର୍ଗ ଲୋକରୁ ଚାଲିକରି ଭଗବାନ ଶିବଙ୍କ ଜଟାରେ ଅବସ୍ଥାପିତ ହୁଅନ୍ତି। ଶିବଙ୍କ ଜଟାରେ ଅବତରିତ ହେବା କାରଣରୁ ଏହି ଦିନ ମା’ ଗଙ୍ଗା ଉତ୍ପତ୍ତି ହୋଇଥାଏ ବୋଲି କୁହାଯାଇଛି। ହିନ୍ଦୁ ଧର୍ମରେ ଏହି ତିଥିରେ ଗଙ୍ଗା ଜୟନ୍ତୀ ଏବଂ ଗଙ୍ଗା ସପ୍ତମୀ ମଧ୍ୟ କୁହାଯାଏ। ଧାର୍ମିକ ଭାବେ ଏହି ତିଥିର ବହୁତ ମହତ୍ତ୍ବ ରହିଛି।

ଏହି ଦିନ ଗଙ୍ଗା ସ୍ନାନ ପରେ ମା’ ଗଙ୍ଗାଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ। ମାନ୍ଯତା ଏମିତି ରହିଛି କି, ଏପରି କରିବା ଦ୍ବାରା ବ୍ଯକ୍ତିକୁ ସବୁ ପାପ ଏବଂ ଆର୍ଥିକ ସଂକଟରୁ ମଧ୍ୟ ମୁକ୍ତି ମିଳିପାରିବେ। ତେବେ ଆସନ୍ତୁ ଜାଣିବା ଗଙ୍ଗା ଜୟନ୍ତୀ ସହିତ ଜଡିତ କିଛି ଖାସ୍ କଥା…

ଗଙ୍ଗା ସପ୍ତମୀ ତିଥି: ୧୮ ମଇ ୧୨.୩୨ରୁ ଆରମ୍ଭ ହୋଇ ୧୯ ମଇ ୧୨.୫୦ରେ ସପ୍ତାହ ହେବ।

ଗଙ୍ଗା ଉତ୍ପତ୍ତିର ପୌରାଣିକ କଥା:

ଗଙ୍ଗା ଉତ୍ପତ୍ତି କଥା ମଧ୍ୟ ଅନେକ କଥା ପ୍ରଚଳିତ। ହିନ୍ଦୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ରହିଛି କି, ଏକଦା ମା’ ଗଙ୍ଗା ତୀବ୍ର ଗତିରେ ବୋହୁଥିଲେ। ରାସ୍ତାରେ ଋଷି ଜହ୍ନୁ ଭଗବାନଙ୍କ ଧ୍ୟାନରେ ମଗ୍ନ ରହି ତପ କରୁଥିଲେ। ସେ ତପସ୍ଯା କରୁଥିବା ସ୍ଥାପରେ ତାଙ୍କ କମଣ୍ଡଳ ଏବଂ ଅନ୍ଯ ଜିନିଷ ମଧ୍ୟ ରଖାଯାଇଥିଲା। ଯାହା ଗଙ୍ଗାର ପ୍ରବାହରେ ବୋହିଯାଇଥିଲା। ଯେତେବେଳେ ଋଷିଙ୍କ ଆଖି ଖୋଲିଲା ସେ ନିଜର ଜିନିଷ ବୋହିଯାଇଥିବା ଦେଖି ରାଗି ଯାଇଥିଲେ। ଏବଂ ରାଗରେ ଗଙ୍ଗାକୁ ପିଇଯାଇଥିଲେ।

shiva
photo credit: Hindustan

ପରେ ଭାଗିରଥୀ ଋଷିଙ୍କ ଠାରୁ ଗଙ୍ଗାଙ୍କୁ ମୁକ୍ତ କରିବା ପାଇଁ ଆଗ୍ରହ କରିଥିଲେ। ଋଷି ଭାଗିରଥୀ ଆଗ୍ରହ ସ୍ବୀକାର କରି ଗଙ୍ଗାଙ୍କୁ ନିଜ କାନରୁ ମୁକ୍ତ କରିଥିଲେ। ଯେଉଁଦିନ ଏହି ଘଟଣା ଘଟିଥିଲା, ସେହିଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପଡିଥିଲା। ତେଣୁ ସେହିଦିନରୁ ଆଜି ଦିନକୁ ଗଙ୍ଗା ସପ୍ତମୀ ଭାବେ ପୂଜା କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.