ରିଲିଜ ଦିନ ସବୁଠାରୁ ଅଧିକ ଦେଖାଯାଇଥିବା ଫିଲ୍ମ ମଧ୍ୟରେ ସାମିଲ ହେଲା ‘ରାଧେ’, ହେଲା ବ୍ଲକବଷ୍ଟର

ଭାରତରେ ଫିଲ୍ମ ରାଧେ ଜି୫ରେ ପେ-ପର-ଭ୍ଯୁ ସର୍ଭିସ ଜିପ୍ଲେକ୍ସ ଏବଂ ପ୍ରମୁଖ ଡିଟୁଏଚ ଅପରେଟରରେ ରିଲିଜ ହୋଇଛି। ସେହିଦିନରେ ଏହା ମଧ୍ୟ ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଥିଏଟର୍ସରେ ମଧ୍ୟ ରିଲିଜ କରାଯାଇଛି। ଏହାକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି। ବିଦେଶରେ ସିନେମା ହଲରେ ଫିଲ୍ମକୁ ପ୍ରଶଂସା କରାଯାଇଥିଲା। ରିଲିଜ ଦିନରେ ସବୁଠାରୁ ଅଧିକ ଦେଖାଯାଇଥିବା ଫିଲ୍ମ ମଧ୍ୟରେ ସାମିଲ ହେଲା ‘ରାଧେ’।

ଦୁବାଇ ହଲରେ ୫୦ ପ୍ରତିଶତ କ୍ଷମତା ସହିତ ଫିଲ୍ମ ଓପିନିଂ ଡେରେ ୩୭୯,୦୦୦ ଆମେରିକୀୟ ଡଲାର କଲେକ୍ସନ କରିଥିଲା। ଯାହା ୨୦୧୯ରେ ରିଲିଜ ହୋଇଥିବା ‘ଦବଙ୍ଗ’ ଠାରୁ ଅଧିକ।

 

View this post on Instagram

 

A post shared by Salman Khan (@beingsalmankhan)

ଫିଲ୍ମଟି ଦର୍ଶକଙ୍କ ମନ କିଣିନେଇଛି ବୋଲି ଜି ଷ୍ଟୁଡିଓର ସିବିଓ ଶାରିକ ପଟେଲ କହିଛନ୍ତି। ଏବେ ଘରେ ଲୋକ ଲକଡାଉନରେ ରହି ଫିଲ୍ମର ମଜା ଉଠାଉଛନ୍ତି। କରୋନା ଯୋଗୁଁ ଗତ ବର୍ଷ ହେଲାଣି କିଛି ବି ଫିଲ୍ମ ରିଲିଜ ହୋଇନଥିଲା। ତେଣୁ ରାଧେ ରିଲିଜ ହେବା ପରେ ଏହା ରେକର୍ଡ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.