Below header

ଅଚାନକ ବିନା ଡ୍ରାଇଭରରେ ଗଡିଲା ଗ୍ୟାସ ସିଲିଣ୍ଡ ଭର୍ତ୍ତି ଟ୍ରକ, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରନ୍ତୁ ଏ ଭିଡିଓ ଦେଖିବା ପରେ ଆପଣ ବି ଭାବିବା ପାଇଁ ବାଧ୍ୟ ହେବେ ଯେ କେତେବେଳେ କେଉଁ ପରିସ୍ଥିତିରେ ବି ବିପଦ ଆସିପାରେ। ଗ୍ୟାସ ସିଲିଣ୍ଡରରେ ଭରି ରହିଥିବା ଟ୍ରକ ଅଚାନକ ଆପେ ଆପେ ଚାଲିବାକୁ ଲାଗିଲା। ସେହି ସମୟରେ ଡ୍ରାଇଭର ଗାଡି ସାମ୍ନାରେ ଛିଡା ହୋଇଥିଲେ। କିନ୍ତୁ ବିନା ଡ୍ରାଇଭରରେ ଆପେ ଆପେ ଚାଲିବାକୁ ଲାଗିଲା ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ହୋଇଥିବା ଟ୍ରକ।

ସୂଚନା ମୁତାବକ ଗାଡିଟିକୁ ସିଲିଣ୍ଡର ଲୋଡ୍ କରାଯିବାକୁ ଛିଡା କରାଯାଇଥିଲା। ସେହି ସମୟରେ ଗାଡି ନ୍ୟୁଟ୍ରାଲରେ ଥିଲା। କିନ୍ତୁ ଆପେ ଆପେ ମନୁକ ମନ ମାଲବାହୀ ଟ୍ରକଟି ପ୍ରଥମ ଗିୟରରେ ଚାଲି ରାସ୍ତା ଆଡକୁ ଗଡିଲା। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଡ୍ରାଇଭର ପାଖ ଦେଇ ଟ୍ରକଟି ଆଗକୁ ଆଗକୁ ଗଡି ଚାଲିଲା। କିନ୍ତୁ ଭଗବାନଙ୍କର ଦୟାରୁ ରାସ୍ତାରେ ଅନ୍ୟ ଗାଡି ସେହି ସମୟରେ ଆସୁନଥିଲା ଏବଂ ଡ୍ରାଇଭର ଜଣଙ୍କ ତୁରନ୍ତ ଚଳନ୍ତା ଟ୍ରକ ଉପରକୁ ଚଢ଼ି ଗାଡିର ଗିୟରକୁ ବନ୍ଦ କଲେ।

ଡ୍ରାଇଭର ଜଣଙ୍କ ବୁଦ୍ଧି ଖଟାଇ ନିଜ ଜୀବନକୁ ବାଜି ଲଗାଇ ଟ୍ରକର ଡୋର ସାହାଯ୍ୟରେ ଭିତରକୁ ଯାଇ ଟ୍ରକକୁ ଅଟକାଇଲେ। ତେବେ ଯଦି ଡ୍ରାଇଭର ଜଣଙ୍କ ଟ୍ରକକୁ ଠିକ ସମୟରେ ଅଟାଇନଥାନ୍ତେ ତାହେଲେ ବହୁତ ବଡ ବିପଦକୁ ସାମ୍ନା କରିବାକୁ ପଡିଥାନ୍ତା। କାହିଁକିନା ଟ୍ରକକୁ ଅଟକାଇନଥିଲେ ସେ ଏକ ଚଟାଣରେ ଯାଇ ବାଡେଇ ହୋଇଥାନ୍ତା।

ଏହି ପୂରା ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ତେବେ ଲୋକମାନେ ଏହି ଭିଡିଓକୁ ଦେଖି ଡ୍ରାଇଭରଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ତେବେ ଏହି ଆଉଟ ଅଫ୍ କଣ୍ଟ୍ରୋଲ ଟ୍ରକର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.