Below header

ଝିଅ ଆଣିଲା ବାପା ନାଁରେ ସାଂଘାତିକ୍‌ ଅଭିଯୋଗ, ଜମି ପାଇଁ ମା’ କୁ ହତ୍ୟା କରିଛନ୍ତି ବାପା

ନିଜ ବାପା ନାଁରେ ଝିଅ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ, ବାପା ଅଉ ସାବତ ଭାଇ ମିଶିକି ମୋ ମା’କୁ ତକିଆ ହେଉ କିମ୍ବା ଇଞ୍ଜେକସନ୍‌ ଦେଇ ମାରିଦେଇଛନ୍ତି । ଆଉ ଏସବୁ ଜମି ଦଖଲ କରିବା ପାଇଁ କରିଛନ୍ତି ।

ନିଜ ବାପା ନାଁରେ ଝିଅ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ, ବାପା ଅଉ ସାବତ ଭାଇ ମିଶିକି ମୋ ମା’କୁ ତକିଆ ହେଉ କିମ୍ବା ଇଞ୍ଜେକସନ୍‌ ଦେଇ ମାରିଦେଇଛନ୍ତି । ଆଉ ଏସବୁ ଜମି ଦଖଲ କରିବା ପାଇଁ କରିଛନ୍ତି ।

ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ନସଡିପୁରରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡା ନସଡିପୁର ଅଞ୍ଚଳର ପୁଷ୍ପାଲତା ପ୍ରତାପ (ବେହେରା)ଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ,ଦୀର୍ଘ ୩୫ ବର୍ଷ ତଳେ ତାଙ୍କ ବାପା ଗୋପୀନାଥ ବେହେରା ମୁକୁନ୍ଦପୁର ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କ ମା’ଙ୍କୁ ଘରୁ ନେଇ ପଳାଇ ଆସି ମନକରପୁରରେ ରଖିଥିଲେ । ସେତେବେଳେ ଗୋପୀନାଥଙ୍କ ପ୍ରଥମ ପତ୍ନୀ ଓ ୬ ଜଣ ପୁଅଝିଅ ଥିବା ବେଳେ ପୁଷ୍ପଲତାଙ୍କୁ ବିବାହ ନକରି ସେଇଭଳି ଲିଭ-ଇନ-ରିଲେସନସିପ ଭାବରେ ରଖିଥିଲେ ଗୋପୀନାଥ।

ସେହି ସମୟରେ ପୁଷ୍ପଲତାଙ୍କୁ ଗୋପୀନାଥଙ୍କ ପ୍ରଥମ ପତ୍ନୀ ଓ ପୁଅଝିଅ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି ଗାୟତ୍ରୀ।ପରବର୍ତ୍ତୀ ମୁହୂର୍ତ୍ତରେ ପୁଷ୍ପଲତା ଶିକ୍ଷକତା ଚାକିରୀ ଆରମ୍ଭ କରିବାରୁ ଗୋପୀନାଥଙ୍କ ପ୍ରଥମ ପତ୍ନୀ ଶଶୀରେଖା ବେହେରା ସ୍ୱାମୀଙ୍କ ନାମରେ ଦ୍ଵିତୀୟ ବିବାହ ଅଭିଯୋଗ ଆଣିଥିଲେ। ତେବେ କୌଣସି ମତେ ଏଥିରୁ ଗୋପୀନାଥ ସେ ସମୟରେ ବର୍ତ୍ତି ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଷ୍ପଲତାଙ୍କ ସହ ନସଡିପୁରରେ ଭଡାଘର ନେଇ ରହିଥିଲେ। ସେହିଦିନ ଠାରୁ ପ୍ରଥମ ପତ୍ନୀ ଓ ୬ ଜଣ ପିଲା ଗୋପୀନାଥଙ୍କ ଠାରୁ ଦୂରେଇ ରହୁଥିବା ବେଳେ ଦ୍ଵିତୀୟ ପତ୍ନୀ ପୁଷ୍ପଲତାଙ୍କ ଗର୍ଭରୁ ଗାୟତ୍ରୀ ଜନ୍ମ ହୋଇଥିଲେ।

ତେବେ କିଛିବର୍ଷ ଠିକଠାକ ଚାଲିଥିବା ବେଳେ ଗାୟତ୍ରୀଙ୍କ ବିବାହ ହୋଇ ଯାଇଥିଲା । ଏହି କାରଣରୁ ପ୍ରଥମ ପତ୍ନୀଙ୍କ ସାନପୁଅ ଓ ସାନବୋହୁ ଗୋପୀନାଥଙ୍କ ପାଖରେ ଆସି ରହିବା ଓ କାରଣରୁ ସେ ମା’ଙ୍କ ଦେଖାରଖା କରି ନପାରିବାରୁ ପୁଷ୍ପଲତାଙ୍କ ମାନସିକ ସନ୍ତୁଳନ ବିଗିଡିଥିଲା ବୋଲି ଗାୟତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି । ଗତ ମାସରେ ଗୋପୀନାଥ ପୁଷ୍ପଲତାଙ୍କୁ ନେଇ ପୁରୀ ବୁଲିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଛାଡି ଦେଇ ଚାଲି ଆସିଥିଲେ । ପରେ ଥାନାରେ ନିଖୋଜ ଏତଲା ଦେଇଥିଲେ ଝିଅ ଗାୟତ୍ରୀ ଆଉ ମା’ଙ୍କୁ ଖୋଜାଖୋଜି କରି ପୁରୀରେ ପାଇବା ପରେ ନିଜ ପାଖରେ କିଛିଦିନ ରଖିଥିଲେ ।

ଅନ୍ୟପଟେ ଗତ କିଛିଦିନ ତଳେ ସେ ମା’ଙ୍କୁ ଆଣି ନସଡିପୁରରେ ଛାଡିବା ବେଳେ ସ୍ଥାନୀୟ ଭଦ୍ରଲୋକ, କାଉନସିଲରଙ୍କ ଉପସ୍ଥିତିରେ ଜଣେ ହୋମ ନର୍ସ ମା’ଙ୍କ ଦେଖାରଖା ପାଇଁ ରଖିଥିଲେ । ଗତକାଲି ରାତିରେ ପୁଷ୍ପଲତା ଗାୟତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିବା ବେଳେ ଆଜି ସକାଳେ ହୋମନର୍ସ ଆସି ପୁଷ୍ପଲତାଙ୍କର ମୃତ୍ୟୁ ହୋଇଥିବା ନେଇ ଗାୟତ୍ରୀଙ୍କୁ ଖବର ଦେବା ପରେ ଗାୟତ୍ରୀ ପହଞ୍ଚି ତାଙ୍କ ମା’ଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି ଓ ଏହି ମୃତ୍ୟୁର ସଠିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ଟାଉନ ଥାନାରେ ଏତଲା ଦେଇଛନ୍ତି।

ଏନେଇ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ତେବେ ପ୍ରେମ ବିବାହର ଏତେବର୍ଷ ପରେ ଏଭଳି ଘଟଣା ସାମ୍ନାକୁ ଆସିବ ତାହା କେହି ଭାବିନଥଇଲେ ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତଦନ୍ତ ପରେ ଜଣାପଡ଼ିବ ଏହା ପଛରେ ପ୍ରକୃତ ସତ୍ୟ କଣ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.