ନୀତୀଶ ଭରଦ୍ୱାଜଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ପୂର୍ବତନ ପତ୍ନୀ; ପୋଲିସରେ ଅଭିଯୋଗ, ତଦନ୍ତ ଆରମ୍ଭ

ଟିଭି ଧାରାବାହିକ 'ମହାଭାରତ'ରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ନୀତୀଶ ଭରଦ୍ୱାଜ ତାଙ୍କ ପୂର୍ବତନ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ସ୍ମିତା ଭରଦ୍ୱାଜ ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ।

ଟିଭି ଧାରାବାହିକ ‘ମହାଭାରତ’ରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ନୀତୀଶ ଭରଦ୍ୱାଜ ତାଙ୍କ ପୂର୍ବତନ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି । ସ୍ମିତା ଭରଦ୍ୱାଜ ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର । ନିଜ ଅଭିଯୋଗରେ ନୀତୀଶ କହିଛନ୍ତି ଯେ ତାଙ୍କୁ ଦୀର୍ଘ ଦିନ ଧରି ସ୍ମିତା ମାନସିକ ନିର୍ଯାତନା ଦେଉଛନ୍ତି ।

ନୀତୀଶ ଭରଦ୍ୱାଜ ଭୋପାଳ ପୋଲିସ କମିଶନର ହରିନାରାୟଣାଚାରି ମିଶ୍ରଙ୍କୁ ମେଲ୍‌ କରି ତାଙ୍କଠାରୁ ସହାୟତା ମାଗିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପୂର୍ବତନ ପତ୍ନୀ ତାଙ୍କୁ ମାନସିକ ରୂପେ ହଇରାଣ କରିବା ସହ ଯାଆଁଳା ଝିଅଙ୍କୁ ତାଙ୍କୁ ଭେଟିବାକୁ ଦେଉନାହାନ୍ତି ।

ନୀତୀଶଙ୍କ ଅଭିଯୋଗ ପରେ ପୋଲିସ କମିଶନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଡିସିପି ଶାଲିନୀ ଦୀକ୍ଷିତଙ୍କୁ ତଦନ୍ତର ଦାୟିତ୍ୱ ଦିଆଯାଇଛି ।

ଲୋକପ୍ରିୟ ଟିଭି ଧାରାବାହିକ ‘ମହାଭାରତ’ରେ ନୀତୀଶ ଭରଦ୍ୱାଜ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ୨୦୦୯ ମାର୍ଚ୍ଚ ୧୪ରେ ସ୍ମିତାଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ । ଉଭୟଙ୍କର ଯାଆଁଳା ଝିଅ ଅଛନ୍ତି, ସେମାନଙ୍କୁ ୧୧ ବର୍ଷ ବୟସ । ବିବାହର ୧୨ ବର୍ଷ ପରେ ୨୦୨୨ରେ ନୀତୀଶ ଓ ସ୍ମିତା ପରସ୍ପରଠାରୁ ଅଲଗା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.