ପାକିସ୍ତାନ : ନିର୍ବାଚନ ଭୋଟ ଗଣତିକୁ ନେଇ ଝଗଡା, ୨ ମୃତ, ୧୪ ଆହତ

ନିର୍ବାଚନ ଅଧିକାରୀଙ୍କ ଅଫିସ ବାହାରେ ବଲୁଚିସ୍ତାନ ଆବାମ ପାର୍ଟି (ବିଏପି) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା । ସମର୍ଥକମାନେ ଗଣ୍ଡଗୋଳ କରି ଗୁଳିକାଣ୍ଡ କରିଥିଲେ । ଏଥିରେ ୨ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି ।

ପାକିସ୍ତାନରେ ନିର୍ବାଚନ ସରିବା ପରେ ଫଳାଫଳରେ ବିଳମ୍ବ ହେଉଛି । ଏଥିପାଇଁ ଗଠବନ୍ଧନ କରିବାକୁ ବଳମ୍ବ ହେଉଛି । ଶପଥ କେବେ ହେବ, କିଏ ନେବ ଏପର୍ଯ୍ୟନ୍ତ ସଠିକ୍‌ ଭାବେ ଜଣାନାହିଁ । ଏହାରି ମଧ୍ୟରେ ପାକିସ୍ତାନର ଅଶାନ୍ତ ଖୈବୀ ପଖତୁନଖ୍ଵାରେ ପୁଣିଥରେ ଗଣନା ହୋଇଛି । ଆଉ ଏହାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଦୁଇ ଦଳର ସମର୍ଥକ ମଧ୍ୟ ଗଣ୍ଡଗୋଳ ଓ ଗୁଳିକାଣ୍ଡ ଘଟି ୨ ଜଣଙ୍କର ଜୀବନ ଚାଲିଯାଇଛି । ସେହିପରି ୧୪ ଜଣ ଲୋକ ଆହତ ହୋଇଛନ୍ତି ।

ଖବର ମୁତାବକ, ନିର୍ବାଚନ ଅଧିକାରୀଙ୍କ ଅଫିସ ବାହାରେ ବଲୁଚିସ୍ତାନ ଆବାମ ପାର୍ଟି (ବିଏପି) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା । ୮ ଫେବୃଆରୀରେ ନିର୍ବାଚନ ହୋଇଥିବା ବେଳେ ବିଏପିର ମୁହମ୍ମଦ ସାଲେହ ଭୁଟାନୀ ଅନଔପୋଚାରିକ ଭାବେ ହୋଇଥିବା ଘୋଷଣାରେ ବିଜୟ ହୋଇଥିବା ଦାବି କରିଥିଲେ, କିନ୍ତୁ ପିପିପିର ଅଲ୍ଲୀ ହସନ ଜାହରି ପୁଣି ଥରେ ଭୋଟ ଗଣିବାକୁ ଦାବି କରିଥିଲେ ।

ଏହାପରେ ନିର୍ବାଚନ ଆୟୋଗ ପୁଣି ଥରେ ଭୋଟ ଗଣିବାକୁ ଆଦେଶ ଦେଇଥିଲେ । ତେଣୁ ଏନେଇ ଗଣନା ଆରମ୍ଭ ହେବା ପରେ ପିପିପି ଏବଂ ବିଏପି କର୍ମୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ସମର୍ଥକମାନେ ଗଣ୍ଡଗୋଳ କରି ଗୁଳିକାଣ୍ଡ କରିଥିଲେ । ଏଥିରେ ୨ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି ।

ତେବେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଫ୍ରଣ୍ଟିଅର କୋରକୁ ଡକାଯାଇଥିଲା । ବଲୁଚିସ୍ତାନ ପ୍ରାନ୍ତରେ ଗତ ସପ୍ତାହରୁ ନିର୍ବାଚନ ପାଇଁ ଅଶାନ୍ତି ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.