Below header

ଫାୟାର ପାନ ପରେ ଏବେ ଚର୍ଚ୍ଚାରେ ୬୦୦ ଟଙ୍କିଆ ଗୋଲ୍ଡ ପାନ, ଜାଣନ୍ତୁ କ’ଣ ରହିଛି ଏହାର ସ୍ବତନ୍ତ୍ରତା

ପ୍ରାଚୀନ କାଳରୁ ପାନକୁ ଭାରତୀୟ ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଉଛି। ଗଳିକନ୍ଦିରେ ରହିଛି ପାନ ଦୋକାନ। ଏମିତିରେ ପାନକୁ ନେଇ ଅନେକ ପ୍ରକାର ଗୀତ ମଦ୍ୟ ବନାଯାଇଛି। କ୍ଯାଫେ ପୂର୍ବରୁ ପାନ ଦୋକାନ ହିଁ ଲୋକଙ୍କ ହ୍ଯାଙ୍ଗଆଉଟ ଆଡ୍ଡା ରହିଥିଲା। ଗତ କିଛିବର୍ଷ ଭିତରେ ପାନବାଲା ନିଜ ପାନର ସ୍ବାଦ ବଦଳାଇବା ପାଇଁ ଅନେକ ପ୍ରକାର ଏକ୍ସପେରିମେଣ୍ଟ ମଧ୍ୟ କରିଛନ୍ତି। ଗତ କିଛି ବର୍ଷ ପୂର୍ବେ ଫାୟାର ପାନ ବେଶ୍ ଚର୍ଚ୍ଚାରେ ରହିଥିଲା। ଏବେ ଗୋଲ୍ଡ ପାନ ଚର୍ଚ୍ଚାରେ।

କ’ଣ ଏହି ଗୋଲ୍ଡ ପାନ :

ଏହା ସ୍ବାଦରେ ବହୁତ ଟେଷ୍ଟି। ଏହି ପାନରେ ଖଜୁରୀ, ମିଠା ନଡିଆ, ଗୁଜୁରାତି, ଲବଙ୍ଗ, ଚେରୀ, ମିଠା ଚଟଣୀ, ମୁଲେଠୀ, ଗୁଲକନ୍ଦ, ଚକୋଲେଟ ଏବଂ ସୁନାରେ କାମ ସହିତ ପ୍ରସ୍ତୁତ କରାଯାଏ। ଏଥିରେ କୌଣସି ସିଲଭର କାମ ନୁହେଁ ଗୋଲ୍ଡରେ କାମ କରାଯାଏ। ଏହି ସ୍ପେଶାଲ ପାନର ମଜା ଦିଲ୍ଲୀର ପ୍ରଥମ ପ୍ରିମିଅମ ପାନ ପାର୍ଲର କର୍ନଟ ସ୍ଥିତ Yamu’s ପାନ ଦୋକାନରେ ନେଇପାରିବେ। ଏହି ପାନର ଦାମ୍ ୬୦୦ ଟଙ୍କା ରହିଛି।


ସୁନା ପିନ୍ଧିବାର ସଉକ ରଖୁଥିବା ଲୋକଙକ ପାଇଁ ଏହା ବହୁତ ଶସ୍ତା। ଏହି ପାନକୁ ସୁନାରେ ତିଆରି କରାଯାଏ। ଏହି Yamu’s ପାନ ଦୋକାନରେ ବିଭିନ୍ନ ପ୍ରକାର ପାନ ପ୍ରସ୍ତୁତ କରାଯାଏ। ଏଠାରେ ପାନର ଦାମ୍ ୧୦୦ ଟଙ୍କାରୁ ଆରମ୍ଭ। ଏଠାରେ ସବୁଠାରୁ ଲୋକପ୍ରିୟ ପାନ ହେଲା କିଟକ୍ଯାଟ୍ ପାନ, ଫାୟର ପାନ, ସ୍ବିସ ଚକୋଲେଟ ପାନ ଇତ୍ଯାଦି। ଯଦି ଆପଣ ଏହାର ମଜା ଉଠାଇବାକୁ ଚାହୁଛନ୍ତି, ତେବେ ନିଶ୍ଚିତ ଏହି ଦୋକାନକୁ ଯାଇ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.