‘ଚିଙ୍ଗାରୀ ଆପ୍’ର ବ୍ରାଣ୍ଡ୍ ଆମ୍ବାସାଡର ଏବଂ ନିବେଶକ ହେଲେ ସଲମାନ ଖାନ

ଦେଶୀ ମନୋରଞ୍ଜନ ଭିତ୍ତିକ ଆପ୍ ‘ଚିଙ୍ଗାରୀ’ ବଲିଉଡ ଭାଇଜାନଙ୍କୁ ନିଜର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର କରିଛି। ଏହା ସହିତ ଆପରେ ସଲମାନ ଖାନ୍ ଅର୍ଥ ନିବେଶ କରିଛନ୍ତି । ଚିଙ୍ଗାରୀ ଆପର ସହ ପ୍ରତିଷ୍ଠାତା ତଥା ସିଇଓ ସୁମିତ ଘୋଷ ଏନେଇ କହିଛନ୍ତି ଯେ, ‘ସଲମାନ ଖାନ୍ ଆମର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ତଥା ନିବେଶକ ହେବା ଆମ ପାଇଁ ଖୁସିର ବିଷୟ । ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିବା ଆମର ଲକ୍ଷ୍ୟ’ ।

ଏହାକୁ ନେଇ ସଲମାନ ଖାନ୍ କହିଛନ୍ତି, ଚିଙ୍ଗାରୀ ଭାରତର ଲୋକପ୍ରିୟ ମନୋରଞ୍ଜନ ଆପ୍ ମଧ୍ୟରେ ଅନ୍ୟତମ । କମ୍ ସମୟ ମଧ୍ୟରେ ଚିଙ୍ଗାରୀ ଆପ୍ ଖୁବ୍ ଉନ୍ନତି କରିପାରିଛି । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲକ୍ଷଲକ୍ଷ ଲୋକଙ୍କୁ ନିଜର ପ୍ରତିଭା ପ୍ରଦର୍ଶିତ କରାଇବା ପାଇଁ ଏହି ଆପ୍ ଗୋଟିଏ ମଞ୍ଚ ପ୍ରଦାନ କରିଛି । ଆଗକୁ ଏହି ଆପ୍ ଆହୁରି ଉନ୍ନତି କରିବ ବୋଲି ସଲମାନ ଆଶାବ୍ୟକ୍ତ କରିଛନ୍ତି ।

ଚିଙ୍ଗାରୀକୁ ନିକଟରେ ବାଙ୍ଗାଲୁରୁ ବେସଡ ଟେଲିକମ୍ଯୁନିକେସନ ଫାର୍ମ OnMobile ରୁ ୯୫ କୋଟି ଟଙ୍କା ମିଳିଥିଲା। ଏବେ ସଲମାନ ମଧ୍ୟ ନିଜ ଆଡୁ ଫଣ୍ଡିଂ କରିବେ। ଚିଙ୍ଗାରୀ ଆପର ସହ ପ୍ରତିଷ୍ଠାତା ଏବଂ ସିଓଓ ଦୀପକ୍ ସଲ୍ଭି କହିଛନ୍ତି, ସଲମାନ ଚିଙ୍ଗାରୀର ବ୍ରାଣ୍ଡ ଆମ୍ବାସାଡର ହେବା ଅଧିକ ଉପଭୋକ୍ତଙ୍କୁ ଆକର୍ଷିତ କରାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.