ଦେଶରେ ୨୪ ଘଣ୍ଟାରେ ପାଖାପାଖି ୯୦ ହଜାର ପଜିଟିଭ୍ ଚିହ୍ନଟ, ଗଲା ୭୧୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ବଢୁଛି ସଂକ୍ରମଣ, ବଢୁଛି ମୃତ୍ୟୁ । ଦେଶରେ ୨୪ ଘଣ୍ଟାରେ ପାଖାପାଖି ୯୦ ହଜାର ପଜିଟିଭ୍‌ । ଗୋଟିଏ ଦିନରେ ୮୯ ହଜାର ୧୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୭୧୪ ଜଣଙ୍କ ଜୀବନ ଯାଇଛି । ୧୯୫ ଦିନ ପରେ ଗୋଟିଏ ଦିନରେ ରେକର୍ଡ ୮୯ ହଜାର ୧୨୯ ପଜିଟିଭ୍‌ ହୋଇଛନ୍ତି ।

ଏହା ପୂର୍ବରୁ ସେପ୍ଟେମ୍ବର ୧୯ ତାରିଖରେ ୯୨ ହଜାର ୬୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୨୪ ତାରିଖରୁ ଲଗାତର ଦେଶରେ ୫୦ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୩ ଲକ୍ଷ ୯୨ ହଜାର ୨୬୦ରେ ପହଞ୍ଚିଛି । ଏବେ ଆକ୍ଟିଭ୍‌ କେସ୍‌ ୬ ଲକ୍ଷ ୫୮ ହଜାର ୯୦୯ରେ ପହଞ୍ଚିଥିବା ବେଳେ ୧ ଲକ୍ଷ ୬୪ ହଜାର ୧୧୦ ଜଣଙ୍କ ଜୀବନ ଗଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.