Below header

ବାସ୍ତୁ ଅନୁସାରେ ଏହି ଉପାୟରେ କରନ୍ତୁ ନୂଆବର୍ଷକୁ ସ୍ୱାଗତ, ଧନଧାନ୍ୟରେ ପୂରି ଉଠିବ ଘର

ଆସିବାକୁ ଯାଉଛି ନୂତନ ବର୍ଷ ୨୦୨୦। ଏହି ନୂଆବର୍ଷ ଅନେକ ନୂଆ ନୂଆ ଖୁସି, ଉତ୍ସାହ, ଉନ୍ମାଦନା, ଆଶା ଭରସା ନେଇ ପାଦ ଥାପିବାକୁ ଯାଉଛି। ନୂଆବର୍ଷରେ କି ରିଜଲ୍ୟୁସନ୍‌ ନେବେ କିଭଳି ଏହାକୁ ଅନ୍ୟ ବର୍ଷଠାରୁ ଅଧିକ ଭଲ ଭାବେ ପାଳନ କରିବେ ସେଥିପାଇଁ ଲୋକମାନେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ତେବେ ନୂଆବର୍ଷରେ ବାସ୍ତୁ ଅନୁସାରେ କେତେକ ଉପାୟ ଆପଣାଇଲେ ଘର ଧନଧାନ୍ୟରେ ପୂରି ଉଠିବ। ଆସନ୍ତୁ ଜାଣିବା ନୂଆବର୍ଷକୁ କିଭଳି ଭାବେ ସ୍ୱାଗତ କଲେ ଘରେ ଖୁସିର ମାହୋଲ ଲାଗି ରହିବ…

  • ନୂଆବର୍ଷରେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
  • ଘରକୁ ଶ୍ରୀକୃଷ୍ଣ ବଂଶୀ ବଜାଉଥିବା ଫଟୋ ଆଣନ୍ତୁ।
  • ଘରେ ଯଦି ତୁଳସୀ ବୃକ୍ଷ ନାହିଁ ତେବେ ନୂଆବର୍ଷରୁ ଘରେ ଏବେ ଚଉରା ସ୍ଥାପନ କରି ପୂଜା କରନ୍ତୁ। ଘରେ ସୁଖ ଶାନ୍ତି ବଢ଼ିବ।

  • ନୂଆବର୍ଷରେ ଗରିବ, ରୋଗୀ ଆଦିଙ୍କୁ କିଛି ଦାନ କରନ୍ତୁ।
  • ଘରେ ପୂଜାପାଠ, ହୋମ ଯଜ୍ଞ ଆଦି କରନ୍ତୁ।
  • ସକାଳେ ଓ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବାକୁ ନିୟମ କରନ୍ତୁ।
  • ଘରୁ ପୁରୁଣା, ଭଙ୍ଗା ସାମଗ୍ରୀ ବାହାର କରନ୍ତୁ।
  • ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ୍‌ ଚିହ୍ନ ଆଙ୍କନ୍ତୁ।

  • ଘରର ପୂର୍ବୋତ୍ତର ଦିଗରେ ଏକ ପୂର୍ଣ୍ଣ କଳସ ସ୍ଥାପନ କରି ଉପରେ ନଡ଼ିଆ ରଖନ୍ତୁ। ପ୍ରତିଦିନ ଏହାର ଜଳ ବଦଳାଇବା ବିଧେୟ।
  • ନୂଆବର୍ଷରେ ଘରର ଛାତ ଉପରକୁ ସଫା କରିବାକୁ ଯେମିତି ନ ଭୁଲନ୍ତି। ଛାତ ଉପରେ ଲୁହା ଛଡ଼ ଥିଲେ ତାହାକୁ ତୁରନ୍ତୁ ହଟାଇ ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.