Below header

ଗୁରୁ ପୂର୍ଣ୍ଣିମାର ମହତ୍ତ୍ବ

 

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁ ଦେବ ମହେଶ୍ୱର
ଗୁରୁ ସାକ୍ଷାତ ପରଂବ୍ରହ୍ମ
ତସ୍ମୈଶ୍ରୀ ଗୁରବେ ନମଃ

ଶିକ୍ଷା ଦାନ କରି ଜୀବନରୁ ଅଶିକ୍ଷା ଅନ୍ଧକାର ଦୂର କରୁଥିବା ତଥା ସମାଜରେ ଜୀବନ ଧାରଣ ପାଇଁ ପଥ ପ୍ରଦର୍ଶନ କରୁଥିବା ଗୁରୁଙ୍କ ଠାରେ ତିନି ଦେବତା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବିଦ୍ୟମାନ। ଇଏ ହେଉଛି ଭାରତୀୟ ସମାଜରେ ଗୁରୁଙ୍କର ସ୍ଥାନ। ଯିଏ ଆମକୁ ସମାଜରେ ମଣିଷ ଭଳି ବଞ୍ଚିବାର ରାସ୍ତା ଦେଖାଏ, ଭୁଲ ଠିକ୍ କଣ ଶିକ୍ଷା ଦିଏ, ଭବିଷ୍ୟତ ଗଢ଼େ, ତାଙ୍କୁ କୁହନ୍ତି ଗୁରୁ। ସେଥିଲା ଲାଗି ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ସମ୍ମାନରେ ପାଳନ ହୁଏ ଏଇ ଦିନଟି। କରାଯାଏ ଗୁରୁ ପୂଜନ କାର୍ୟ୍ୟକ୍ରମ। କେବଳ ପାଠ ପଢ଼ା ନୁହେଁ ଯେକୌଣସି କ୍ଷେତ୍ରରେ ଶିକ୍ଷା ଦେଉଥିବା ବ୍ୟକ୍ତି ବିଶେଷ ଗୁରୁ ଭାବେ ଗ୍ରହଣୀୟ। ସେ ଅଧ୍ୟାତ୍ମିକ କ୍ଷେତ୍ର ହେଉ ବା କଳା, ଯୁଦ୍ଧବିଦ୍ୟା ହେଉ ବା କ୍ରୀଡ଼ା ସବୁଥିରେ ଗୁରୁ ହିଁ ପଥ ପ୍ରଦର୍ଶକ। ଆଷାଢ଼ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ସର୍ବଜ୍ଞାନୀ ମହର୍ଷି ବ୍ୟାସଦେବଙ୍କ ଜନ୍ମ। ସେ ହେଉଛନ୍ତି ଆଦି ଗୁରୁ। ତାଙ୍କରି ସମ୍ମାନରେ ଏହି ଦିନକୁ ଗୁରୁ ପୂର୍ଣ୍ଣିମା ଭବେ ପାଳନ କରାଯାଏ। ଏହି ଦିନ ଗୁରୁଙ୍କ ପୂଜାର୍ଚ୍ଚନା କରି ଗୁରୁଶିଷ୍ୟର ପରମ୍ପରାକୁ ସମ୍ମାନ ଓ ମହତ୍ୱ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.