ବୀରପୁରୁଷୋତ୍ତମପୁର ରେଳଷ୍ଟସନରୁ ସୁଟକେସ ଜବତ, ନଥିଲା ବୋମା

ପୁରୀ: ପିପିଲି ବୀରପୁରୁଷୋତ୍ତମପୁର ନିକଟ ରେଳଷ୍ଟସନରୁ ଜବତ ସୁଟକେସରେ ନଥିଲା ବୋମା। ଅନୁଧ୍ୟାନ ପରେ ଏହା ସ୍ପଷ୍ଟ କରିଛି ଜିଆରପି। ଆଜି ବୀରପୁରୁଷୋତ୍ତମପୁର ନିକଟ ରେଳ ଲାଇନ୍ ନିକଟରୁ ଗୋଟିଏ ସନ୍ଦିଗ୍ଧ ସୁଟେକସ୍ ଠାବ କରାଯାଇଥିଲା। ସନ୍ଦେହ କରାଯାଇଥିବା ଏଥିରେ ବୋମା ରହିଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଜିଆର୍ପି। ତଦନ୍ତ ପରେ ଜଣା ପଡ଼ିଥିଲା ସୁଟକେସ୍ରେ ନଥିଲା ବୋମା। ସେପଟେ ଏହି ଘଟଣା ପରେ ବିଭିନ୍ନ ଷ୍ଟେସନରେ କିଛି ଟ୍ରେନ୍ ଅଟକି ରହିଥିଲା। ବୋମା ନଥିବା ସ୍ପଷ୍ଟ ହେବା ପରେ ସ୍ୱାଭାବିକ ହୋଇଥିଲା ଟ୍ରେନ୍ ଚଳାଚଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.