ମଝି ରାସ୍ତାରେ ଯୁବକଙ୍କ ହରକତ୍‌ ଦେଖି ରାଗିକି ପାଚିଗଲା ହାତୀ, ତାପରେ କଣ କଲା ଦେଖନ୍ତୁ

ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଏକ ଛାତି ଥରା ଦୃଶ୍ୟ । ଯାହାକୁ ଯିଏ ଦେଖୁଛି ସେ ଡରିଯାଉଛି । ଆପଣ ତ ପ୍ରାୟ ସମୟରେ ଏମିତି ଛାତି ଥରା ଭିଡିଓ ଦେଖୁଥିବେ । ଆଉ ଏସବୁ ଭିତରୁ ଜଙ୍ଗଲୀ ଜୀବ ଜନ୍ତୁଙ୍କ ଭିଡିଓ ବି ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଜଙ୍ଗଲୀ ପଶୁ ପକ୍ଷୀଙ୍କ ରୌଦ୍ର ରୂପ ଆପଣ ଦେଖିଥିବେ । ଯେ ଜଙ୍ଗଲୀ ଜୀବ ଜନ୍ତୁ ଯଦି ରାଗିଯାନ୍ତି ତାହେଲେ ପରିସ୍ଥିତି କେତେ ଭୟଙ୍କର ହୁଏ ।

ଏମିତି ହିଁ କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପୂରା ଘଞ୍ଚ ଜଙ୍ଗଲ ରାସ୍ତା ପଡିଛି । ଆଉ ସେହି ବାଟ ଦେଇ ଲୋକମାନେ ବି ଯାଉଛନ୍ତି ଆଉ ଜଙ୍ଗଲୀ ଜୀବ ଜନ୍ତୁ ବି ଯାଉଛନ୍ତି । କିନ୍ତୁ ଥରେ ଭାବନ୍ତୁ ଯଦି ଆପଣ କୁଆଡେ ଜଙ୍ଗଲୀ ରାସ୍ତା ଦେଇ ଯାଉଥିବେ ଆଉ ଆପଣଙ୍କ ସାମ୍ନାରେ ଏକ ବିଶାଳକାୟ ହାତୀ ଛିଡା ହୋଇଯିବ । ତାହେଲେ ସେତେବେଳେ ଆପଣ କଣ କରିବେ । ନିଶ୍ଚିତ ଭାବେ ଡରିଯିବେ । ଏଠି ବି ଠିକ୍‌ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଦୁଇ ଚାରିଟି କାର ରହିଛି, ଆଉ ତାଙ୍କ କାର ସାମ୍ନାରେ ବିରାଟକାୟ ହାତୀ ଛିଡା ହୋଇଛି । ଯାତ୍ରୀମାନେ କାରରୁ ବାହାରକୁ ବାହାରି ଆସିଛନ୍ତି ହେଲେ ହାତୀକୁ ଯେତେ ହର୍ଣ୍ଣ ବଜାଇଲେ ବି ସେ ଆହୁରି ରାଗି ଯାଉଛି । ଏବଂ ମାରିବାକୁ ଆଗକୁ ଆଗକୁ ଆସୁଛି । ଏହା ଦେଖି ସେଠାରେ ଥିବା ଲୋକେ ବି ଜୋର ଜୋରରେ ଦୌଡି ପଳାଇ ଆସୁଛନ୍ତି । ଆଉ କିଛି ଆଗକୁ ଯାଇ ଦେଖୁଛନ୍ତି ତ ହାତୀଟି ଆଗକୁ ଆଗକୁ ମାଡି ଆସୁଥିବାବେଳେ ହଠାତ୍‌ ଜଙ୍ଗଲ ଆଡକୁ ମୁହଁ ବୁଲାଇ ଚାଲିଗଲା । ତାପରେ କିଛି ସମୟ ପରେ ଯାତ୍ରୀମାନେ ବି ଧୀରେ ଧୀରେ ଆଗକୁ ଆସି କାର ପାଖରେ ପହଁଚିଲେ ।

ସତରେ ଜଙ୍ଗଲ ଭିତରେ ଏମିତି ଜଙ୍ଗଲ ପ୍ରାଣୀଙ୍କୁ ମଣିଷ ସହ ସାମ୍ନାସାମ୍ନି ଦେଖିଲା ବେଳକୁ ଭୟ ଲାଗୁଛି । ନିଶ୍ଚିତ ଭାବେ ଏହା ଭୟଙ୍କର ଦୃଶ୍ୟ । ସୋସିଆଲ ମିଡିଆରେ ତ ଏ ଭୟଙ୍କର ଚିତ୍ରକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ଆଉ କହୁଛନ୍ତି ଭଗବାନଙ୍କ କୃପାରୁ ଯାହା ଜୀବନ ବଞ୍ଚିଗଲା । ସେହିପରି ଆଉ କିଛି ଜଣ ଲୋକ କହୁଛନ୍ତି ଜଙ୍ଗଲୀ ପ୍ରାଣୀଙ୍କୁ ତାଙ୍କ ବାଟରେ ଯିବାକୁ ଦିଅ, ତାଙ୍କୁ ଏମିତି ହଇରାଣ କରନ୍ତୁନାହିଁ । କାହିଁକିନା ଏ ପିଲାମାନେ ହାତୀ ଘଉଡେଇଲେ ଶାନ୍ତ ହେବା ପରିବର୍ତ୍ତେ ଆହୁରି ଜୋର ଜୋର ଚିଲାଉଥିଲେ । ଯାହାପରେ ହାତୀଟି ବି ରାଗି ଯାଉଥିଲା ଆଉ ମାରିବାକୁ ଦଉଡିଥିଲା । ତେବେ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଓ୍ଵାଇଲଡଟ୍ରେଲସ ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଯାହା ଏବେ ଖୁବ୍‌ ଭାଇରାଲ ହେଉଛି ।

 

Leave A Reply

Your email address will not be published.