Below header

ନଭେମ୍ବରରେ ବାହା ହେବେ ଦେଶୀ ଗର୍ଲ

ବାହା ହେବେ ଦେଶୀ ଗର୍ଲ। ହଲିଉଡ୍ ଆକ୍ଟର ନିକ୍ ଜୋନ୍ସଙ୍କ ହାତ ଧରିବେ ବି-ଟାଉନ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏହି ଦୁଇ ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ସରିଥିବା ନେଇ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। କୁହାଯାଉଛି, ନିକଟରେ ପ୍ରିୟଙ୍କା ଓ ନିକ୍ ଜୋନ୍ସ ସିକ୍ରେଟ ଏନ୍ଗେଜମେଣ୍ଟ କରି ସାରିଛନ୍ତି। ପ୍ରିୟଙ୍କାଙ୍କ ୩୬ତମ ଜନ୍ମଦିନରେ ଦୁହେଁ ଲଣ୍ଡନରେ ନିର୍ବନ୍ଧ ସାରିଛନ୍ତି। ନଭେମ୍ବର ୧୦ ତାରିଖରେ ନିକ୍ ଜୋନ୍ସଙ୍କ ହାତ ଧରି ପାରନ୍ତି ପ୍ରିୟଙ୍କା।

ଏମିତି ବି କୁହାଯାଉଛି, ବିବାହ ପାଇଁ ସଲମାନ ଖାନଙ୍କ ଫିଲ୍ମ ଅଫର ବି ଛାଡ଼ିଛନ୍ତି ପ୍ରିୟଙ୍କା। ନିକଟରେ ନିକ୍ ଜୋନ୍ସ ନ୍ୟୁୟର୍କ ସିଟିର ଟିଫାନୀ ଷ୍ଟୋରରୁ ନିଜ ଲେଡି ଲଭ୍ ପାଇଁ ଏକ ମୁଦି କିଣିଥିଲେ। ସେତେବେଳେ ପ୍ରିୟଙ୍କା ବି ନ୍ୟୁୟର୍କରେ ଥିଲେ। ଏହାପରେ ଦୁହିଁଙ୍କର ଏନଗେଜମେଣ୍ଟ ଓ ବିବାହ ଚର୍ଚ୍ଚା ଚାଲିଛି। ଅନେକ ଦିନରୁ ନିଜ ବୟସଠାରୁ ପ୍ରାୟ ୧୦ ବଷର୍ ସାନ ନିକ୍ ଜୋନ୍ସଙ୍କୁ ପ୍ରିୟଙ୍କା ଡେଟ୍ କରୁଥିବା ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.