Below header

ଯେଉଁ ଘାଟି ଉପରେ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଛି ବିବାଦ, ଜାଣନ୍ତୁ ତାହା ସହିତ ଜଡିତ କିଛି ଅଜଣା କଥା

ଭାରତ ଚୀନ ଭିତରେ ବିବାଦ ଘନେଇବାରେ ଲାଗିଛି । ଉଭୟ ପକ୍ଷର ସେନା ଦେଢ଼ ମାସ ଧରି ପରସ୍ପର ପ୍ରତି ମୁହାଁ ମୁହିଁ ହୋଇ ଠିଆ ହୋଇଥିବା ବେଳେ ଗତ ୧୫ ତାରିଖ ଅର୍ଥାତ ସୋମବାର ରାତିରେ ଏହି ବିବାଦ ଏକ ହିଂସାତ୍ମକ ରୂପ ନେଇଛି । ଏହି ଘଟଣାରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିବା ବେଳେ ୪୩ ଜଣ ଚୀନ ସୈନ୍ୟ ପ୍ରାଣ ହରାଇଛନ୍ତି । କୁହାଯାଉଛିକି, ୧୯୬୭ ରେ ଦୁଇ ଦେଶ ଭିତରେ ହୋଇଥିବା ଘଟଣା ପରେ ଏହା ହେଉଛି ଏକ ବଡ ସଂଘର୍ଷ । କିନ୍ତୁ ଯେଉଁ ଘାଟି ଉପରେ ଦୁଇ ଦେଶ ମଧ୍ୟରେ ଏପରି ଏକ ପରିସ୍ଥିତି ଉପୁଜିଛି ତାହା ବିଷୟରେ ହୁଏତ ଖୁବ କମ ଲୋକ ଜାଣିଥିବେ । ଭୂ-ପୃଷ୍ଠରୁ ପାଖାପାଖି ୧୪ ହଜାର ଫୁଟ ଉପରେ ଏହି ଗଳବାନ ଘାଟି ଅବସ୍ଥିତ । ଏହି ଘାଟିଟି ପ୍ରକୃତରେ ଆକ୍ସସାଇ ଚିନ ଅଧିକୃତ ଅଞ୍ଚଳରେ ଆସିଥାଏ । ଯାହା ଉପରେ ଦୀର୍ଘ ୬୦ ବର୍ଷ ହେବ ଚୀନ ନିଜ ନଜର ରଖି ଆସିଛି । ୧୯୬୨ରୁ ୧୯୭୫ ମସିହା ଭିତରେ ଭାରତ -ଚୀନ ଭିତରେ ହୋଇଥିବା ଯୁଦ୍ଧ ପଛର ମୁଖ୍ୟ କେନ୍ଦ୍ରସ୍ଥଳ ପାଲଟି ଥିଲା ଏହି ଗଳବାନ ଘାଟି । ଏବେ ୪୫ ବର୍ଷ ପରେ ପୁଣି ଦୋହରିଛି ଇତିହାସ । ପୁଣି ଦେଖାଦେଇଛି ଉତ୍ତେଜନା । ଘାଟିରେ ଗଡିଛି ମୁଣ୍ଡ । ତେବେ ଆଜି ଆସନ୍ତୁ ଜାଣିବା ଏହି ଘାଟି ସହ ଜଡିତ କିଛି ଅଜଣା କଥା ସମ୍ବନ୍ଧରେ :

Galwan-Valley

– ଗଳବାନ ଘାଟିର ନାଁ ପ୍ରକୃତରେ ଲଦାଖ ବାସିନ୍ଦା ଚରଵାହେ ଗୁଲାମ ଗଳବାନଙ୍କ ନାମ ଅନୁସାରେ ହିଁ ରଖାଯାଇଥିଲା । “ସର୍ଭେଣ୍ଟ ଅଫ ସାହିବ” ନାମକ ଏକ ପୁସ୍ତକରେ ଗୁଲାମ ରସୁଲ ବିଂଶ ଶତାବ୍ଦୀର ବ୍ରିଟିଶ ଶାସିତ ଭାରତ ଓ ଚିନି ସାମ୍ରାଜ୍ୟ ଭିତରେ ଥିବା ସୀମା ବିବାଦକୁ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ଗୁଲାମ ରସୁଲ ଗଳବାନଙ୍କ ଜନ୍ମ ୧୮୭୮ ମସିହାରେ ହୋଇଥିଲା । ଛୋଟବେଳରୁ ହିଁ ତାଙ୍କର ନୂଆ ନୂଆ ସ୍ଥାନ ବିଷୟରେ ତଥ୍ୟ ହାସଲ କରିବା ନେଇ ଏକ ଅଦ୍ଭୁତ ସଉକ ରହିଥିଲା । ନିଜର ଏହି ବିଶେଷ ଗୁଣ ପାଇଁ ହିଁ ସେ ବ୍ରିଟିଶ ମାନଙ୍କ ପସନ୍ଦର ଗାଇଡ଼ ହୋଇ ପାରିଥିଲେ ।

– ସେ ସମୟରେ ବ୍ରିଟିଶ ମାନଙ୍କର ବି ଲଦାଖ ଅଂଚଳ ଖୁବ ପସନ୍ଦ ଥିଲା । ଏହି କାରଣରୁ ଗୁଲାମ ରସୁଲ ୧୮୯୯ ମସିହାରେ ଳେହ ଅଂଚଳରୁ ଟ୍ରାକିଙ୍ଗ କରିବା ଆରମ୍ଭ କରିଥିଲେ ଓ ଲଦାଖର ନିକଟବର୍ତ୍ତୀ ଅଂଚଳ ପର୍ଯ୍ୟନ୍ତର ସ୍ଥାନ ଅକ୍ତିଆର କରିଥିଲେ । ଏହି କାରଣରୁ ହିଁ ଗୁଲାମ ରସୁଲ ଗଳବାନ ବି ଏହି ଘାଟି ଓ ଗଳବାନ ନଦୀ ପର୍ଯ୍ୟନ୍ତ ନିଜ ଅକ୍ତିଆରକୁ ନେଇଥିଲେ । ଏହି କାରଣରୁ ହିଁ ଏହି ନଦୀ ଓ ଘାଟିର ନାମ ଗୁଲାମ ରସୁଲଙ୍କ ନାଁରେ ହିଁ ରଖାଯାଇଛି ।

GALWAN VALLEY

– ଏହା ବାଦ ଗୁଲାମଙ୍କର ଆଉ ଏକ ବିଶେଷ ସଉକ ଥିଲା । ଖୁବ କମ ବୟସରୁ ସେ ଜଣେ ଆଡଭେଞ୍ଚର ଟ୍ରାଭେଲର ଭାବେ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରି ପାରିଥିଲେ । ନିଜର ଏହି ଗୁଣ ପାଇଁ ହିଁ ସେ ସର “ଫ୍ରାନସୀସ ୟଙ୍ଗହଜବ୍ୟାଣ୍ଡ” ନାମକ କମ୍ପାନୀରେ ସାମିଲ ହୋଇଥିଲେ । କହି ରଖିବା ଉଚିତ ହେବଯେ, ଏହି କମ୍ପାନୀ ହିଁ ତିବ୍ବତର ପଠାର, ସେଣ୍ଟ୍ରାଲ ଏସୀଆର ପାମେର ପର୍ବତ ସମେତ ଏକ ମରୁସ୍ଥଳୀକୁ ସନ୍ଧାନ କରିଥିଲେ । ବ୍ରିଟିଶର ମାନଙ୍କ ସହ ମିଶି ସେ ଧୀରେ ଧୀରେ ଇଂରାଜୀ ଭାଷାରେ ଦକ୍ଷତା ହାସଲ କରିପାରିଥିଲେ । “ସର୍ଭେଣ୍ତ ଅଫ ସାହିବସ” ପୁସ୍ତକ ବି ସେ ଗୁଲାମ ଇଂରାଜୀ ଭାଷାରେ ହିଁ ଲେଖିଥିଲେ ।

– ଲେହର ଚମ୍ପା ୟୋରତୁଙ୍ଗ ସରକୁଲାର ରୋଡ଼ରେ ଗୁଲାମ ରସୁଲଙ୍କ ପୂର୍ବଜ ମାନଙ୍କର ଏକ ଘର ବି ରହିଛି । ତାଙ୍କରି ନାମ ଅନୁସାରେ ହିଁ ଏଠାରେ ଏକ ଗେଷ୍ଟ ହାଉସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.