ଖୋଲୁଛି ସୁଶାନ୍ତଙ୍କ ସୁଇସାଇଡ୍‌ର ଗୁମର, ପଚରାଉଚରା ବେଳେ ଫିଲ୍ମ ନିର୍ଦ୍ଦେଶକ ମୁକେଶ ଛାବଡ଼ା କହିଲେ ମୃତ୍ୟୁର କାରଣ

ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ପରେ ବଲିଉଡ୍‌ର ଅନେକ ଗୁମର ଫିଟିବାରେ ଲାଗିଛି। ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ତାଙ୍କ ଫ୍ୟାନ୍‌ମାନେ ଅଭିଯୋଗ କରିଛନ୍ତି। ଗତ ୬ ମାସ ମଧ୍ୟରେ ତାଙ୍କ ହାତରୁ ୬ଟି ଫିଲ୍ମ ଚାଲିଯାଇଥିଲା। ଫଳରେ ସୁଶାନ୍ତ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ଏହି କାରଣରୁ ସେ ମେଡିସିନ୍‌ ମଧ୍ୟ ଖାଉଥିବା ତାଙ୍କର କେତେକ ନିକଟତମ ବନ୍ଧୁ ପ୍ରକାଶ କରିଛନ୍ତି। ତେବେ ଏହି ମାମଲାରେ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ବୟାନ ରେକର୍ଡ କରାଯାଇଛି।

ସେ ସୁଶାନ୍ତଙ୍କୁ ଗୋଟିଏ ଫିଲ୍ମରେ ଡାଇରେକ୍ଟ କରିଥିବା କହିଛନ୍ତି। ଫିଲ୍ମଟି ଖୁବ୍‌ ଶୀଘ୍ର ରିଲିଜ୍‌ ହେବାର ଥିଲା। ମୁକେଶ ସୁଶାନ୍ତଙ୍କୁ ଜଣେ ଇଣ୍ଟେଲିଜେଣ୍ଟ ଅଭିନେତା ବୋଲି କହିଛନ୍ତି। ତେବେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ସେ କୌଣସି ବୟାନ ଦେଇନାହାନ୍ତି। ସୁଶାନ୍ତଙ୍କ ସୁଇସାଇଡ୍‌ ମାମଲାରେ ମୁକେଶଙ୍କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ମୁକେଶ କହିଛନ୍ତି ଯେ ସୁଶାନ୍ତ ଆଦୌ ସମୟ ନଷ୍ଟ କରୁନଥିଲେ। ଏଲିୟନ୍‌ ଓ ଅନ୍ୟ ଗ୍ରହ ଉପଗ୍ରହ ବିଷୟରେ ଜାଣିବାକୁ ତାଙ୍କର ଅଧିକ ଆଗ୍ରହ ଥିଲା। ନିଜ କାମକୁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ। ମେ ୨୭ ତାରିଖରେ ମୁକେଶଙ୍କ ଜନ୍ମଦିନରେ ସୁଶାନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବହୁ ସମୟ କଥା ହୋଇଥିଲେ ବୋଲି କହିଛନ୍ତି ସେ।

ଡିପ୍ରେସନ୍‌ ଯୋଗୁ ଆତ୍ମହତ୍ୟାର ପନ୍ଥା ବାଛିନେଇଥିବା ସୁଶାନ୍ତ ସମାଜ ପାଇଁ ବହୁତ କିଛି କରିବାକୁ ଚାହୁଁଥିଲେ। ସେ ୧୦୦ ଜଣ ପିଲାଙ୍କୁ ନାସା ପଠାଇବାକୁ ଚାହୁଁଥିବା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କହିଥିଲେ। ଏଥିସହ ସେ ନିଜ ୫୦ଟି ଇଚ୍ଛାକୁ ମଧ୍ୟ ସେୟାର କରିଥିଲେ। ମାତ୍ର ତାଙ୍କର ଏଭଳି ଅଚାନକ ଆତ୍ମହତ୍ୟା ପରେ ତାଙ୍କର ସବୁ ଇଚ୍ଛା ଅଧୁରା ରହିଯାଇଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ୁନଥିବାରୁ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି। ତଦନ୍ତ ପରେ ସୁଶାନ୍ତଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ପଦାକୁ ଆସିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.