Below header

N-95 ମାସ୍କର ଏପରି କାହିଁକି ହୋଇଛି ନାମକରଣ, ଜାଣନ୍ତୁ ଏବିଷୟରେ ଏକ ସବିଶେଷ ତଥ୍ୟ

ବ୍ୟକ୍ତିଗତ ସୁରକ୍ଷା ରକ୍ଷା ପାଇଁ N-95 ମାସ୍କ ବା ସର୍ଜିକାଲ ମାସ୍କର ବ୍ୟବହାର କରାଯାଇଥାଏ । ଏହାକୁ ପିନ୍ଧିବା ଦ୍ୱରା ବାୟୁରେ ଘୁରି ବୁଲୁଥିବା କ୍ଷୁଦ୍ର ରୁ କ୍ଷୁଦ୍ର କଣିକା ମାନଙ୍କ ଠାରୁ ଆମ ଆଖି, ନାକ, ପାଟି ସୁରକ୍ଷିତ ରହିଥାଏ । ଫଳରେ କୌଣସି କ୍ଷତିକାରୀ ଜୀବାଣୁ ବା ଭାଇରସ ଆମ ଶରୀର ଭିତରକୁ ସହଜରେ ଯାଇ ପାରିନଥାଏ । ପୂର୍ବରୁ ଏପରି ମାସ୍କ ଗୁଡିକର ବ୍ୟବହାର ଥିବା ବେଳେ ଗତ କିଛି ଦିନ ହେବ ଏଗୁଡିକର ଚାହିଦା କିଛିଟା ଅଧିକ ବଢିଯାଇଛି । ମାରାତ୍ମକ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାଧାରଣ ଲୋକେ ଅଧିକ ରୁ ଅଧିକ ସଂଖ୍ୟାରେ ଏହାକୁ ବ୍ୟବହାର କରିବାରେ ଲାଗିଛନ୍ତି ।

n 95

ମାରାତ୍ମକ କରୋନା ଭାଇରସ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଉଛି । ସର୍ଜିକାଲ ମାସ୍କ ଏକ ଅପେକ୍ଷାକୃତ ଢିଲା, ଡିସପୋଜେବଲ ଯାହାକୁ ପିନ୍ଧିବା ଦ୍ୱାରା ମୁହଁ ଓ ନାକ ଭିତରେ ଏକ ଭୌତିକ ଅବରୋଧ ସୃଷ୍ଟି ହୋଇଥାଏ । ଏହାକୁ ସାଧାରଣତଃ ଡାକ୍ତର, ନର୍ସ ତଥା ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମାନେ ରୋଗୀ ମାନଙ୍କ ଚିକିତ୍ସା ସମୟରେ ଅଥବା କୌଣସି ଅପରେସନ କରୁଥିବା ସମୟରେ ବ୍ୟବହାର କରିଥାନ୍ତି । ସର୍ଜିକାଲ ମାସ୍କ ଗୁଡିକ ଭିନ୍ନ ଭିନ୍ନ ମୋଟେଇରେ ବିଭିନ୍ନ ପ୍ରକାର ତରଳ ପଦାର୍ଥ ଠାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ କରାଯାଇଥାଏ ।
ଯେବେକି ଏନ 95 ମାସ୍କ ଏକ ଶ୍ୱସନ ସୁରକ୍ଷାତ୍ମକ ଉପକରଣ ଯାହାକି ଚେହେରାରେ ଫିଟ ରହିବା ସହ ଆପଣଙ୍କ ମୁହଁକୁ ଅତି ପାଖରୁ ଘୋଡାଇ ରଖିଥାଏ । କ୍ଷୁଦ୍ର ରୁ କ୍ଷୁଦ୍ର କଣିକା ଗୁଡିକ ପ୍ରବେଶ କରି ପାରନ୍ତି ନାହିଁ ।

mask new

 

ଏହି ମାସ୍କକୁ ଏପରି ନାମ ଦେବାରେ ବି ଏକ ବିଶେଷ କାରଣ ରହିଛି । କାରଣ ଏହି ସ୍ୱତନ୍ତ୍ର ମାସ୍କଟି 0.3 ମାଇକ୍ରୋନ ଠାରୁ ବି ଛୋଟ କଣିକାକୁ 95 ପ୍ରତିଶତ ପର୍ଯ୍ୟନ୍ତ ଅବରୋଧ କରିପାରେ । ଯଦି ଠିକ ଭାବେ ଫିଟ କରି ଲଗାଯାଏ ତେବେ ଏନ 95 ମାସ୍କର କ୍ଷମତା ଅନ୍ୟ ସାଧାରଣ ମାସ୍କ ଠାରୁ ଅଧିକ ହୋଇଥାଏ । N -95 ମାସ୍କ ଏକ ଶ୍ୱସନ ସୁରକ୍ଷାତ୍ମକ ଉପକରଣ ଯାହା ଚେହେରା ସହ ପୁରା ଫିଟ ହୋଇ ରହିଥାଏ । ଯାହାକି ବାୟୁ କଣିକା ଗୁଡିକୁ ଖୁବ କୁଶଳତାର ସହ ବିଶୁଦ୍ଧ କରି ଶରୀର ମଧ୍ୟକୁ ଛାଡ଼ିଥାଏ । ନାକ ଓ ମୁହଁର ଚାରି ପାଖକୁ ସିଲ କରି ରଖିବାରେ ସାହାଯ୍ୟ କରେ । ସର୍ଜିକାଲ ଏନ 95 ମାସ୍କକୁ ସାଧାରଣତଃ ହେଲଥକେୟାର ସେଟିଙ୍ଗ ଉପକରଣ ଗୁଡିକରେ ହିଁ ଉପଯୋଗ କରାଯାଇଥାଏ ।
ଡାକ୍ତରଙ୍କ ଅନୁଯାୟୀ ଶ୍ଵାସପ୍ରଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତି, ହୃଦ ରୋଗୀ ଏହି ମାସ୍କ ବ୍ୟବହାର କରିବା ପୂର୍ବରୁ ନିଜ ନିଜ ସ୍ୱାସ୍ଥ୍ୟ ଯାଞ୍ଚ କରାଇନେବା ନିହାତି ଆବଶ୍ୟକ । ଶ୍ୱାସନଳୀ କ୍ଷତିଗ୍ରସ୍ତ ହୋଇଥିବା ରୋଗୀ ମାନେ ବି ଏହାକୁ ବ୍ୟବହାର ନକରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.