Below header

ଭାରତର ଏମିତି ଏକ ରେଳଷ୍ଟେସନ ଯାହାର ନାହିଁ କିଛି ନାଁ, କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଭାରତୀୟ ରେଳ ବିଭାଗ ହେଉଛି ଏସିଆ ମହାଦେଶର ଦ୍ଵିତୀୟ ସର୍ବବୃହତ ରେଳ ନେଟୱର୍କ । ଖାଲି ଏତିକି ନୁହେଁ ସମଗ୍ର ବିଶ୍ୱରେ ଭାରତୀୟ ରେଳ ହେଉଛି ୪ର୍ଥ ସର୍ବବୃହତ ରେଳବିଭାଗ । ଏହି ବିଭାଗରେ ଆଜିର ସମୟରେ ସମୁଦାୟ ୮୦୦୦ ଟି ଷ୍ଟେସନ କାର୍ଯ୍ୟ କରୁଛି । ଏମଧ୍ୟରୁ ଅଧିକାଂଶ ରେଳ ଷ୍ଟେସନର ନାମ ଲୋକ ଲୋଚନକୁ ଆସିନଥିବା ବେଳେ କେତେକ ବିଭିନ୍ନ କାରଣରୁ ପ୍ରସିଦ୍ଧି ଲାଭ କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଜବ ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ ଯାହାର କିଛି ନାଁ ନାହିଁ । ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବେ ଏମିତି ଏକ ଅଦ୍ଭୁତ ଘଟଣା କାହିଁକି ଓ କେଉଁ କାରଣରୁ ଘଟିଛି । ତେବେ ଆସନ୍ତୁ ଜାଣିବା ଏମିତି ଏକ ଅଜବ ଷ୍ଟେସନ ବିଷୟରେ ।

railway station

ପଶ୍ଚିମ ବଙ୍ଗ ଅନ୍ତର୍ଗତ ବର୍ଦ୍ଦମାନ ଅଞ୍ଚଳ ଠାରୁ ୩୫ କିଲୋମିଟର ଦୂରତାରେ ଅବସ୍ଥିତ ଏହି ଷ୍ଟେସନ । ଏହି ରାଜ୍ୟର ରାଇନା ଓ ରାଇନାଗଡ଼ ନାମକ ଦୁଇ ଗାଁ ମଧ୍ୟବର୍ତ୍ତୀ ଅଞ୍ଚଳରେ ହିଁ ଏହି ଷ୍ଟେସନର ଅବସ୍ଥିତି । ଦୁଇ ଗ୍ରାମବାସୀଙ୍କର ଦାବି ଥିଲା କି ସେମାନଙ୍କ ଗ୍ରାମ ଅନୁଯାୟୀ ହିଁ ଷ୍ଟେସନର ନାଁ ଦିଆଯାଉ । ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ ଏହି ଦୁଇ ଗାଁ ଭିତରର ଏହି କଳହ ରେଳ ବିଭାଗ ନିକଟରେ ପହଁଚିଥିଲା । ଏହି କାରଣରୁ ବିଭାଗ ତରଫରୁ ସମସ୍ତ ଷ୍ଟେସନ ବୋର୍ଡରୁ ଏହି ନାଁକୁ ହଟାଇ ଦିଆଯାଇଥିଲା ।

ଷ୍ଟେସନର କୌଣସି ନାଁ ନଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କୁ ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହି କାରଣରୁ ରେଳ ବିଭାଗ ଷ୍ଟେସନର ପୁରୁଣା ନାମ ଅନୁସାରେ ହିଁ ନିଜ ଟିକଟ କଟାଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.