Below header

ଦୁଃଖରେ ବିତୁଛି ସୁଖ ବାଣ୍ଟୁଥିବା ମୃଦଙ୍ଗ କାରିଗରଙ୍କ ଜୀବନ

ସଂଗୀତ ମନକୁ ଶାନ୍ତି ପ୍ରଦାନ କରିଥାଏ । ସବୁ ସମୟରେ ସମାଜରେ ସଂଗୀତର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଏଥିପାଇଁ ବାଦ୍ୟକାରମାନେ ମଧ୍ୟ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ହେଲେ ବାଦ୍ୟକାର ବ୍ୟବହାର କରୁଥିବା ବାଦ୍ୟଯନ୍ତ୍ର ତିଆରି କରୁଥିବା ଅନେକ କାରିଗର ପ୍ରୋତ୍ସାହନ ନମିଳିବାରୁ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛନ୍ତି । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଳକ ଧୁଡିପାଲି ଗାଁର ମୃଦଙ୍ଗ କାରିଗର ଏବେ ପରିବର୍ତ୍ତିତ ପରିସ୍ଥିତିରେ ଅବହେଳିତ ।

baja

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଳକ ଧୁଡ଼ିପାଲି ଗାଁ । ଏଠାରେ ବାସ କରୁଥିବା ଦୁଇଟି ପରିବାର ବାଜା ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । ବାଜା ତିଆରି କରିବାରେ ଏମାନେ ଅଞ୍ଚଳରେ ପ୍ରସିଦ୍ଧ ହୋଇଥିବା ବେଳେ ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ପରିବାରର ସମସ୍ତ ସଦସ୍ୟ ଏହି କାମରେ ଲାଗୁଛନ୍ତି । ଲାଭ ବେଶୀ ନଥିଲେ ମଧ୍ୟ ଭଗବାନଙ୍କ କାମରେ ଲାଗୁଥିବା ଓ ଲୋକଙ୍କ ଭଲପାଇବା ଯୋଗୁ ଏହି କାମକୁ ଆପଣେଇଥିବା କହନ୍ତି କାରିଗର ।

baja 2

ମୃଦଙ୍ଗ, ନିଶାନ, ତାସା, ଢୋଲ, ପଖଜ, ଡୁବିତବଲା ଭଳି ବାଦ୍ୟଯନ୍ତ୍ର ତିଆରି କରନ୍ତି ଏମାନେ । ଭଲ ବାଦ୍ୟ ତିଆରି କରୁଥିବାରୁ ବିଭିନ୍ନ ସ୍ଥାନରୁ କଳାକାରମାନେ ଆସି ତାଙ୍କ ପାଖରେ ବାଜା ତିଆରି କରିବା ସହ ମରାମତି ମଧ୍ୟ କରାନ୍ତି । ହେଲେ ପ୍ରୋତ୍ସାହନ ଅଭାବରୁ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ଏମାନେ । ଅନ୍ୟପଟେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କୁଚିଣ୍ଡା ଉପଜିଲ୍ଲାପାଳ କହିଛନ୍ତି । କଳାକାରଙ୍କୁ ସରକାର ଭତ୍ତା ପ୍ରଦାନ କରୁଛନ୍ତି । ସେହିପରି ବାଦ୍ୟଯନ୍ତ୍ର କାରିଗରଙ୍କୁ ଏଥିରେ ସାମିଲ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.