ମକର ସଂକ୍ରାନ୍ତି ୨୦୧୯ : ତିନି ବର୍ଷ ପରେ ଏହି ତାରିଖରେ ପାଳନ କରାଯିବ ମକର ସଂକ୍ରାନ୍ତି, ହେବ ବହୁତ ଶୁଭ ସଂଯୋଗ

ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତିକୁ ବର୍ଷର ପ୍ରଥମ ପର୍ବ ବୋଲି ଧରାଯାଏ। ମକର ସଂକ୍ରାନ୍ତି ପର୍ବକୁ ହିନ୍ଦୁମାନଙ୍କ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ବୋଲି ଧରାଯାଏ। କାରଣ ଏହି ଦିନରେ ସମସ୍ତ ଶୁଭ କାର୍ୟ୍ୟରେ ଲଗାଯାଇଥିବା ପ୍ରତିବନ୍ଧକୁ ଶେଷ କରାଯାଇଥାଏ। ଏହି ଦିନରେ ଦାନ-ଧର୍ମ କଲେ ପୂର୍ଣ୍ଣ ପାପ୍ତି ହୋଇଥାଏ। ମକର ସଂକ୍ରାନ୍ତିକୁ ୧୪ ଜାନୁୟାରୀରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତିର ପର୍ବ ସୂର୍ଯ୍ୟ ଦେବତାଙ୍କୁ ସପର୍ମଣ କରାଯାଇଥାଏ ଏବଂ ଯେତେବେଳେ ସୂର୍ୟ୍ୟ ଗୋଚର କରି ଧନୁ ରାଶି ମକରରେ ପ୍ରବେଶ କରିଥାନ୍ତି ସେତେବେଳେ ମକର ସଂକ୍ରାନ୍ତିର ପର୍ବ ପାଳନ କରାଯାଇଥାଏ।
ଆରମ୍ଭ ହେବ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ
ନବଗ୍ରହ ରାଜା ସୂର୍ଯ୍ୟ ଦେବ ୧୪ ଜାନୁୟାରୀ ଦିନ ସଂନ୍ଧ୍ୟା ପ୍ରାୟ ୭.୫୨ ମିନିଟରେ ମକର ରାଶିରେ ପ୍ରବେଶ କରିବ। ଏହାସହିତ ମକର ସଂକ୍ରାନ୍ତିର ଆରମ୍ଭ ହୋଇଯିବ। ୧୪ ଜାନୁୟାରୀ ଦ୍ବିପ୍ରହର ୧ : ୨୮ ମିନିଟରୁ ୧୫ ଜାନୁୟାରୀ ୧୧ :୫୨ ପର୍ୟ୍ୟନ୍ତ ମକର ସଂକ୍ରାନ୍ତିର ପୂର୍ଣ୍ଣକାଳ ରହିବ। ଏହି କାରଣରୁ ଲୋକ ଦୁଇଟି ଦିନରେ ଦାନ-ପୂର୍ଣ୍ଣ୍ୟ ଏବଂ ସ୍ନାନ କରିପାରିବେ। ଲୋକମାନଙ୍କ ପାଇଁ ଏହି ଦିନରେ ଦାନ କରିବା କଲ୍ୟାଣକାରୀ ପ୍ରମାଣିତ ହୋଇଥାଏ। ୧୬ ଡିସେମ୍ବରରେ ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ କରିବା ପରେ ଧନୁ ପୌଷ ମାସ ଆରମ୍ଭ ହୋଇଯାଇଥିଲା। ଯେଉଁ କାରଣରୁ ସମସ୍ତ ଶୁଭ ଏବଂ ମାଙ୍ଗଳିକ କାର୍ୟ୍ୟ ବର୍ଜିତ ଥିଲା। ଏଥିପାଇଁ ଗୋଟେଠ ମାସ ପରେ ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶ କରିବା ସହିତ ମାଙ୍ଗଳିକ କାର୍ୟ୍ୟରେ ଶୁଭାରମ୍ଭ ହେବ।
ମକର ସଂକ୍ରାନ୍ତିରେ ଜଡିତ ପୌରାଣିକ କଥା
-ଶନିଦେବ ମକର ରାଶିର ସ୍ବାମୀ ଅଟନ୍ତି, କୁହାଯାଏ ଯେ ଏହି ଦିନରେ ଭଗବାନ ସୂର୍ଯ୍ୟ ନିଜ ପୁତ୍ର ଶନିଙ୍କୁ ଭେଟିବା ପାଇଁ ସ୍ବୟଂ ତାଙ୍କ ଘରକୁ ଯାଇଥାନ୍ତି। ଏହି ଦିନକୁ ମକର ସଂକ୍ରାନ୍ତି ନାମରେ ନାମିତ କରାଯାଇଥାଏ।
-ମକର ସଂକ୍ରାନ୍ତି ଦିନରେ ଗଙ୍ଗାମାତା ଭାଗିରଥୀଙ୍କ ପଛେ ପଛେ ଯାଇ କପିଲ ମୁନିର ଆଶ୍ରମ ହୋଇ ସାଗରରେ ତାଙ୍କୁ ଭେଟିତିଲେ। ଏହା ମଧ୍ୟ କୁହାଯାଏ ଯେ ଗଙ୍ଗାକୁ ଧରିତ୍ରୀକୁ ଆଣିଥିବା ମହାରାଜା ଭାଗୀରଥୀ ନିଜର ପୂର୍ବଜଙ୍କ ପାଇଁ ଏହି ଦିନ ତର୍ପଣ କରିଥିଲେ। ତାଙ୍କର ତର୍ପଣ ସ୍ବୀକାର କରିବା ପରେ ଏହି ଦିନରେ ଗଙ୍ଗା ସମୁଦ୍ରରେ ଯାଇ ମିଶିଥିଲେ। ଏଥିପାଇଁ ମକର ସଂକ୍ରାନ୍ତି ଦିନ ଗଙ୍ଗା ସାଗରେ ମେଳା ଲାଗିଥାଏ।
-ମହାଭାରତର ମହାନ ଯୋଦ୍ଧା ଭୀଷ୍ମ ପିତାମହ ନିଜର ଦେହ ତ୍ୟାଗ କରିବା ପାଇଁ ସୂର୍ଯ୍ୟଙ୍କର ମକର ରାଶିକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।