Below header

ପ୍ରେମରେ ହାରିଗଲେ ସ୍ମୃତି ରଞ୍ଜନ, ଜାଣନ୍ତୁ କେମିତି ଓ କାହିଁକି ହାରିଲେ ଜୀବନ

କଣ ଘଟଣା ହୋଇଛି ଆଉ କେମିତି ମୃତ୍ୟୁହେଲା । ଏସବୁ କଥା ପଚାରିବା ବେଳେ ପରିବାର ସମ୍ପର୍କୀୟ ଯାହା କହିଲେ ସେଥିରେ ଆମେ ଅବାକ ହୋଇ ରହିଗଲୁ ।

ଭୁବନେଶ୍ୱର (କେନ୍ୟୁଜ୍) : ମୁହଁ ସଞ୍ଜ ହେବାକୁ ବସିଥାଏ, ଜଣେ ଯୁବତୀ ଗୋଟିଏ ଚେୟାର ଉପରେ ବସି କାନ୍ଦୁ ଥାନ୍ତି । ଏସ୍ଥାନଟି ହେଉଛି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଶବ ବ୍ୟବଚ୍ଛେଦ ଗୃହ ନିକଟ । ଯୁବତୀଙ୍କ ପାଖରେ ଆଉ କେହିବି ନଥାନ୍ତି, ଯେତେବେଳେ ତାଙ୍କ ପାଖରେ ପହଁଚିଲୁ କିଛି ନପଚାରିବା ଆଗରୁ ମୁଁ କିଛି କହି ପାରିବିନି କହି ରୋକଠୋକ ମନା କରିଦେଲେ । ଟିକିଏ ଦୂରରେ କିଛି ଲୋକ କଥାବାର୍ତ୍ତା ହେଉଥାନ୍ତି । ଠିକ ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଗାଡ଼ିରେ ଜଣେ ବ୍ୟକ୍ତିଙ୍କର ମରଶରୀର ରଖା ହେଉଥାଏ । ଆମେ କଥାଟିକୁ ବୁଝିବାକୁ ଏବଂ ଜାଣିବାକୁ ପଚାରିଲୁ ମୃତକଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ । କଣ ଘଟଣା ହୋଇଛି ଆଉ କେମିତି ମୃତ୍ୟୁହେଲା । ଏସବୁ କଥା ପଚାରିବା ବେଳେ ପରିବାର ସମ୍ପର୍କୀୟ ଯାହା କହିଲେ ସେଥିରେ ଆମେ ଅବାକ ହୋଇ ରହିଗଲୁ । ତେବେ ଆସନ୍ତୁ ପୂରା ଘଟଣା ଉପରେ ଘଟଣା କଣ ଜାଣିବା ।

ମୃତକଙ୍କ ନାମ ସ୍ମୃତି ରଞ୍ଜନ ମହାନ୍ତି । ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରୋହିଆ ଗାଁରେ । ସ୍ମୃତି, ପେସାରେ ଜଣେ ଇଞ୍ଜିନିଅର । ଦେଢ଼ ବର୍ଷ ହେବ ଅନୁଗୁଳ ଜିଲ୍ଲା ଟାଟା ଷ୍ଟିଲରେ ଇଞ୍ଜିନିଅର ଭାବରେ ଚାକିରି ପାଇଥିଲେ । ତେବେ ଏହାରି ଭିତରେ ହଠାତ ଜଣେ ତରୁଣୀଙ୍କ ସହିତ ଫେସବୁକରେ ଦେଖାହୁଏ ସ୍ମୃତିଙ୍କର  ଧୀରେ ଧୀରେ ସମ୍ପର୍କ ହୁଏ ଆଗକୁ ବଢନ୍ତି । ତରୁଣୀ ଜଣଙ୍କ ମଧ୍ୟ ଆମ ଆଗରେ କହିଛନ୍ତି ଯେ ସେମାନଙ୍କ ସମ୍ପର୍କ ଗଢି ଉଠିଛି ଫେସବୁକରୁ । ଯେଉଁ ତରୁଣୀଙ୍କ ସହିତ ସମ୍ପର୍କ ଗଢି ଉଠିଥିଲା ସେ ହେଉଛନ୍ତି କଲ୍ୟାଣୀ ବିଶ୍ୱାଳ, ଘର ଭଦ୍ରକ । ସେ କୁହନ୍ତି ଏଠାରେ ରହି କଲ୍ୟାଣୀ କୁଆଡେ ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି l ଉଭୟ ସ୍ମୃତି ଓ କଲ୍ୟାଣୀ ଏକାଠି ରହୁଥିଲେ ସାମନ୍ତରାପୁର ନିକଟରେ ଥିବା ରାଧା କୃଷ୍ଣନଗର ପ୍ଲଟ ନମ୍ବର ପାଞ୍ଚଶହ ବାର ଘରେ । ଏମାନଙ୍କ ସମ୍ପର୍କର କିଛି ସୀମା ନଥିଲା ।

ସବୁଆଡେ ବୁଲିବାଠାରୁ ଆରମ୍ଭ କରି ଯାହା ଚାହୁଁ ଥିଲେ କୁଆଡେ ତାହା କରୁଥିଲେ । ଇତିମଧ୍ୟରେ ସ୍ମୃତି କୁଆଡେ ମିଛ କହି ଚାକିରିକୁ ଅନୁଗୁଳ ଯାଉଛି କହି ଆସି ଭୁବନେଶ୍ୱର ସ୍ଥିତ ସାମନ୍ତରାପୁର ଭଡା ଘରେ କଲ୍ୟାଣୀଙ୍କ ସହିତ ରୁହନ୍ତି ବୋଲି ସ୍ମୃତିର ପରିବାର ଲୋକ କହିଛନ୍ତି । ସ୍ମୃତିର ପରିବାର ଲୋକେ ଆଉ ମଧ୍ୟ କହିଛନ୍ତି ଘରୁ ଅନେକ ଟଙ୍କା ଆଣି ଭୁବନେଶ୍ୱରରେ କଣ କରନ୍ତି କେବେ କାହାକୁ କିଛି କହି ନାହାନ୍ତି । ଘଟଣା ଦିନ ଭୋର ସମୟରେ ପରିବାର ଲୋକଙ୍କୁ କଲ୍ୟାଣୀ ଫୋନ କରି କହିଲେ ସ୍ମୃତି ଗୁରୁତର ଅଛନ୍ତି ଏବଂ ସେ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି । କିନ୍ତୁ ସ୍ମୃତିର ପରିବାର ଲୋକେ ପହଁଚିଲା ପରେ ଦେଖିବାକୁ ପାଇଲେ ସ୍ମୃତି ଜୀବନ ହାରି ଦେଇଛି । ଶବ ବ୍ୟବଛେଦ ଗୃହ ନିକଟରେ ସ୍ମୃତିର ମୃତଦେହକୁ ପାଇଲେ ପରିବାର ଲୋକେ।

ପୋଲିସକୁ ମଧ୍ୟ ଖବର ଗଲା । ପୋଲିସ ଶବ ବ୍ୟବଚ୍ଛେଦ ସହିତ ସ୍ମୃତିର ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି l ସ୍ମୃତିଙ୍କ ପ୍ରେମିକା କଲ୍ୟାଣୀଙ୍କ ନାଁରେ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଲିଙ୍ଗରାଜ ଥାନାରେ । ଏହି ଏତଲାକୁ ଭିତ୍ତି କରି ଲିଙ୍ଗରାଜ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଉ ଆଜି ସେହି ସମ୍ପର୍କକୁ ନେଇ ଇଞ୍ଜିନିଅର ସ୍ମୃତିଙ୍କୁ ମରଣ ମୁହଁରେ ଶୋଇ ପ୍ରେମର ପାଉଣା ଦେବାକୁ ପଡିଛି ।

କିନ୍ତୁ ସ୍ମୃତିର ପରିବାର ଲୋକେ କହିବା ଅନୁସାରେ ଏଠାରେ ପ୍ରଶ୍ନ ଉଠୁଛି ସ୍ମୃତିର ସବୁ ଆକାଉଣ୍ଟ ଖାଲି ହେଲା କେମିତି ? ସ୍ମୃତି ଜୀବନ ହାରିଲା ବେଳେ କଲ୍ୟାଣୀ କୋଉଠି ଥିଲେ ସେଇଠି ଆସି ପହଁଚିଲେ ନା ଏକାଠି ରହିବା ଭିତରେ ଏମିତି କଣ ଘଟିବାରୁ ସ୍ମୃତି ଏମିତି ପଦକ୍ଷେପ ନେଲେ ? ସ୍ମୃତିଙ୍କ ବୁଲେଟ କଲ୍ୟାଣୀଙ୍କ ନାଁରେ ରହିଲା କେମିତି ? ସ୍ମୃତି ଯେତେବେଳେ ପ୍ରାଣ ହାରିଲେ କଲ୍ୟାଣୀ ପାଖରେ ରହି କଣ କରୁଥିଲେ ? ସ୍ମୃତିଙ୍କ ଅନୁସାରେ କଲ୍ୟାଣୀ ବହୁତ ପତଳା ଏବଂ ଛୋଟ । ଏତେ ଉପରରୁ ସ୍ମୃତି ଭଳି ଜଣେ ବଳିଷ୍ଠ ଯୁବକଙ୍କୁ ତଳକୁ ଆଣିଲେ କେମିତି ? ଏସବୁ ଦିଗକୁ ନେଇ କଲ୍ୟାଣୀଙ୍କ ସମ୍ପର୍କରେ ପୋଲିସ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ତେବେ ସେ ପ୍ରେମ ହେଉ କି ଆଉ କିଛି ସ୍ମୃତି କିନ୍ତୁ ସ୍ମୃତି ହୋଇଗଲେ ସବୁଦିନ ପାଇଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.