ହୋଟେଲରୁ ୪ ଯୁବକ ଓ ୩ ଯୁବତୀ ଉଦ୍ଧାର, ଅନୈତିକ କାର୍ଯ୍ୟରେ ଥିଲେ ଲିପ୍ତ

ହୋଟେଲରୁ ଦେହଜୀବୀ ଉଦ୍ଧାର। ଭଦ୍ରକ ଜିଲ୍ଲା ଧୁସୁରି ଥାନା ଆରଡ଼ି ଫାଣ୍ଡି ନିକଟରେ ଥିବା ହୋଟେଲ ରୟାଲ ପାଲେସ୍ ରେଡ କରି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ୪ ଜଣ ଯୁବକ ଓ ୩ ଜଣ ଯୁବତୀଙ୍କୁ ଧୁସୁରି ପୋଲିସ ଥାନାକୁ ଆଣି ଅଟକ ରଖିଛି ।

ଚାନ୍ଦବାଲି :  ହୋଟେଲରୁ ଦେହଜୀବୀ ଉଦ୍ଧାର। ଭଦ୍ରକ ଜିଲ୍ଲା ଧୁସୁରି ଥାନା ଆରଡ଼ି ଫାଣ୍ଡି ନିକଟରେ ଥିବା ହୋଟେଲ ରୟାଲ ପାଲେସ୍ ରେଡ କରି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ୪ ଜଣ ଯୁବକ ଓ ୩ ଜଣ ଯୁବତୀଙ୍କୁ ଧୁସୁରି ପୋଲିସ ଥାନାକୁ ଆଣି ଅଟକ ରଖିଛି । ରେଡ ସମୟରେ ମେଡିସିନ, କଣ୍ଡମ ମଧ୍ୟ ଜବତ କରିଛି ପୋଲିସ ।

ହୋଟେଲ ରୟାଲ ପାଲେସରେ ସେକ୍ସ୍ ରାକେଟ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା। ତେବେ ଆଜି ଭଦ୍ରକ SP ଙ୍କ ନିର୍ଦ୍ଦେଶ କ୍ରମେ ଧୁସୁରି ପୋଲିସ୍ ର ଏକ ଟିମ ହୋଟେଲରେ ଚଡ଼ାଉ କରି ଯାଜପୁର ଅଞ୍ଚଳର ୨ଯୁବକ ସହିତ ୨ ଯୁବତୀ ଓ ଭଦ୍ରକ ଅର୍ଣ୍ଣପାଳ ଅଞ୍ଚଳର ୧ଜଣ ଯୁବକ ସହିତ ଯୁବତୀକୁ ଧୁସୁରି ପୋଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ତେବେ ଅନ୍ୟ ଜଣେ ଯୁବକ ହୋଟେଲ କର୍ମଚାରୀ ବୋଲି ଜଣାପଡିଛି। ଏନେଇ ଧୁସୁରି ଥାନାରେ ୩୮୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.