ଖାଇବା ଦେବାବେଳେ ନିଜ ମାଲିକକୁ ମାରିଦେଲା ପୋଷା ସିଂହ , ତାପରେ ଯାହା ହେଲା ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

କିଛି ଲୋକ ଜୀବଜନ୍ତୁ ପାଳିବାର ସୌଖିନ୍ ହୋଇଥାନ୍ତି କିନ୍ତୁ କେତେ ସମୟରେ ଏହା ମହଙ୍ଗା ସାବ୍ୟସ୍ତ ହୋଇଥାଏ । ନିଜର ଏହି ସୌଖ୍ କାରଣ ପାଇଁ ୟୁରୋପ ଦେଶର ଜଣେ ୩୩ ବର୍ଷିୟ ବ୍ୟକ୍ତିଙ୍କୁ ନିଜ ଜୀବନ ଦେବାକୁ ପଡିଛି । ତେବେ ଏହା କୌଣସି ସାମାନ୍ୟ ଜୀବ ନଥିଲା ଏହା ଥିଲା ଏକ ସିଂହ । ତେବେ ଆପଣ ମଧ୍ୟ ଜାଣନ୍ତୁ କିପରି ଏହି ବ୍ୟକ୍ତି ନିଜ ପୋଷା ସିଂହକୁ ଖାଇବା ଦେବାକୁ ଯିବା ସମୟରେ ସିଂହଟି କିପରି ତାଙ୍କୁ ଜୀବନରୁ ମାରିଦେଇଥିଲା ।

lion2ସୂଚନା ଅନୁଯାୟୀ, ଏହି ଘଟଣା ୟୁରୋପୀୟ ଦେଶଚେକ୍ ରିପବ୍ଳିକ୍ ର ଏକ ଗାଁର ଅଟେ । ଏଠାରେ ବାଡ ଭିତରେ ବନ୍ଧା ଥିବା ଏକ ସିଂହ ନିଜର ମାଲିକକୁ ଜୀବନରୁ ମାରିଦେଇଛି । ଆଶ୍ଚର‌୍ୟ୍ୟ କରିଦେବା ଭଳି ଘଟଣା ହେଉଛି କି ଏହି ଘଟଣା ସେହି ସମୟରେ ଘଟିଥିଲା ଯେତେବେଳେ ୩୩ ବର୍ଷିୟ ମାଇକେଲ ପ୍ରାସେକ ନିଜ ଘର ପଛପଟେ ଥିବା ବାଡ ଭିତରକୁ ପୋଷା ସିଂହକୁ ଖାଇବାକୁ ଦେବାକୁ ଯାଇଥିଲେ ।

lion1କୁହାଯାଉଛି କି ମାଇକେଲ ୨୦୧୬ ମସିହାରେ ନିଜ ଘରକୁ ଏକ ସିଂହ ଆଣିକି ଆସିଥିଲେ କାହିଁକି ନା ସେ ଜଙ୍ଗଲର ରାଜାକୁ ନିଜର ପୋଷା ଜନ୍ତୁ କହିବାକୁ ଚାହୁଁଥିଲେ । ସିଂହଟିକୁ ରଖିବା ପାଇଁ ମାଇକେଲ ନିଜ ଘର ପଛପଟେ ଖାଲିପଡିଥିବା ଜାଗାରେ ପିଞ୍ଜରା ତିଆରି କରି ବାଡ ବାନ୍ଧିଲେ ଏବଂ ସେଠାରେ ସିଂହକୁ ରଖିଲେ । ସେହି ସମୟରେ ମାଇକେଲଙ୍କ ପଡୋଶୀ ଜନବସତି ମଧ୍ୟରେ ଏଭଳି ହିଂସ୍ର ଜନ୍ତୁକୁ ଆଣି ରଖିବା ନେଇ ବାରଣ କରିଥିଲେ ସୁଧା ସେ ନିଜ ଜିଦରେ ଅଡିବସିଥିଲେ ।

lion4ଗତବର୍ଷ ୨୦୧୮ରେ ମାଇକେଲ ଏକ ସିଂହିକୁ ମଧ୍ୟ ଆଣିଥିଲେ ଏବଂ ସିଂହ ରହୁଥିବା ସେହି ବହଶ ଭିତରେ ରଖିଥିଲେ । ତେବେ ଏଭଳି ହିଂସ୍ର ଜଙ୍ଗଲୀ ଜନ୍ତୁମାନଙ୍କୁ ରଖିବା ପାଇଁ ମାଇକେଲ କୌଣସି ପ୍ରଶାସନର ଅନୁମତି ମଧ୍ୟ ନେଇନଥିଲେ । ଯାହା ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କ ଠାରୁ ଜୋରୀମାନା ମଧ୍ୟ ଆଦାୟ କରିଥିଲା ।ଚେକ୍ ରିପବ୍ଳିକ୍ ରେ ଏହି ସିଂହ ମାନଙ୍କୁ ଅନ୍ୟ କେଉଁଠି ସ୍ଥାନାନ୍ତର କରିବାର ସୁବିଧା ନଥିବାରୁ ଏବଂ ସିଂହ ମାନଙ୍କୁ କୌଣସି ପ୍ରକାରର ପ୍ରତାଡିତ କରିବା ନେଇ ପ୍ରମାଣ ନମିଳିବାରୁ ମାଇକେଲ ସେମାନଙ୍କୁ ନିଜ ପାଖରେ ରହିବାରେ ସଫଳ ହୋଇଥିଲେ । ମାଇକେଲ ପ୍ରାୟତଃ ଭୟଙ୍କର ସିଂହଙ୍କ ବାଡ ଭିତରକୁ ଯାଇଥାନ୍ତି ଏବଂ ସେମାନଙ୍କ ସହିତ ଫଟୋ ଉଠାଇଥାନ୍ତି ।

lion4କିନ୍ତୁ ୫ମାର୍ଚ୍ଚ ୨୦୧୯ ଦିନ ମାଇକେଲଙ୍କ ଶବ ସିଂହର ବାଡ ଭିତରୁ ସେହି ସମୟରେ ମିଳିଥିଲା ଯେତେବେଳେ ସେ ସିଂହକୁ ଖାଇବାକୁ ଦେବାପାଇଁ ଯାଇଥିଲେ । ବାଡ ଭିତରେ ଗୋଟେ ନଅ ବର୍ଷିୟ ସିଂହ ଏବଂ ସିଂହି ଥିଲେ । ସେମାନେ ମାଇକେଲକୁ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମାଇକେଲଙ୍କର ମୃତ୍ୟୁ ହୋଇଥିଲା । ଯାହା ମାଇକେଲଙ୍କ ବାପା କିଛି ସମୟ ଆସି ଦେଖିବା ପରେ ଏହା ଜାଣିବାକୁ ପାଇଥିଲେ ।

lion deadଏହାପରେ ପରିବାର ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଁଚିବାପରେ ମାଇକେଲଙ୍କ ଶବକୁ ସେଠାରୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା ଯାହା ବିଫଳ ହୋଇଥିଲା । ଫଳରେ ସେମାନେ ଦୁଇଟି ଯାକ ସିଂହ ଏବଂ ସିଂହିଙ୍କୁ ମାରିଦେଇଥିଲେ । ଯାହାପରେ ମାଇକେଲଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ତେବେ ମାଇକେଲଙ୍କ ଶବକୁ ବାହାର କରିବା ପାଇଁ ଉଭୟ ସିଂହ ଏବଂ ସିଂହିଙ୍କୁ ମାରିବା ଜରୁରୀ ଥିବା ପୋଲିସ୍ ଅଧିକାରୀ କହିଛନ୍ତି । ଏଠାରେ କହିରଖିବାକୁ ଚାହୁଁଛୁ ଯେ ପ୍ରାୟତଃ ମାଇକେଲ ଏମାନଙ୍କୁ ନିଜ ସହିତ ୱାକ୍ ରେ ନେଇକି ଯାଇଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.