Below header

୧୨୯ ସନ୍ତାନର ପିତା ହେଲେ ଏହି ବ୍ୟକ୍ତି, ଏବେବି ମାଗଣାରେ ଡୋନେଟ୍ କରୁଛନ୍ତି ସ୍ପର୍ମ

ଆପଣ ଫିଲ୍ମରେ ସ୍ପର୍ମ ଡୋନରଙ୍କ ବିଷୟରେ ଦେଖିଥିବେ, ଜାଣିଥିବେ ବି। ଆୟୁଷ୍ମାନ ଖୁରାନା ଏକ ଫିଲ୍ମରେ ସ୍ପର୍ମ ଡୋନର ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ୬୬ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ କ୍ଲିଭ ଜୋନ୍ସ ଏକ ନିଆରା ଦାବି କରିଛନ୍ତି। ଡର୍ବିର ଚାଡେସଡେନ୍‌ରେ ରହୁଥିବା କ୍ଲିଭ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ୧୨୯ ସନ୍ତାନର ପିତା ହୋଇଛନ୍ତି। କ୍ଲିଭ ଜୋନ୍ସ କହିଛନ୍ତି ଯେ ତାଙ୍କୁ ଯେତେବେଳେ ୫୮ ବର୍ଷ ହୋଇଥିଲା ସେତେବେଳେ ସେ ସ୍ପର୍ମ ଦାନ କରିବା ଆରମ୍ଭ କରିଥିଲେ। ତାହା ପୁଣି ମାଗଣାରେ ଦାନ କରିଥାନ୍ତି।
ଏହି କାରଣରୁ ବର୍ତ୍ତମାନ ସୁଦ୍ଧା ସେ ୧୨୯ ପିଲାଙ୍କ ବାୟୋଲଜିକାଲ ପିତା ହୋଇଛନ୍ତି ।

ଖବର ଅନୁସାରେ, ଖୁବଶୀଘ୍ର ତାଙ୍କ ସ୍ପର୍ମ ଦ୍ୱାରା ଆଉ ୯ ଶିଶୁ ଜନ୍ମ ହେବାକୁ ଯାଉଛନ୍ତି । ଏହା ପରେ ସେ ୧୩୮ ପିଲାଙ୍କୁ ପିତା ହେବେ । ଏକ ରିପୋର୍ଟ ଅନୁଯାୟୀ, ଜୋନ୍‌ସଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କାରଣ ଜୋନ୍‌ସ କୌଣସି କ୍ଲିନିକ୍‌କୁ ଯାଇ ଏପରି କରୁନାହାନ୍ତି। ସେ ନିଜର ଫେସବୁକ୍‌ ମାଧ୍ୟମରେ ଏପରି କରୁଛନ୍ତି। ଏହାଦ୍ୱାରା କିଛି ପରିବାରରେ ଖୁସି ମିଳୁଛି।

ତେବେ ସ୍ପର୍ମ ଡୋନେଟ୍ କରିବାର ସର୍ବାଧିକ ବୟସ ୪୫ ବର୍ଷ ରହିଛି । ଏପରି ସ୍ଥିତିରେ ସେମାନେ ଆଇନଗତ ଭାବେ ସ୍ପର୍ମ ଦାନ କରିପାରିବେ ନାହିଁ । କ୍ଲିଭ ଆନୁଷ୍ଠାନିକ ଭାବେ ସ୍ପର୍ମ ଡୋନର ହୋଇପାରିବେ ନାହିଁ । ଫେସବୁକ ମାଧ୍ୟମରେ ସେ ନିଜ ଗ୍ରାହକମାନଙ୍କ ସହ ଯୋଗାଯୋଗ କରିଥିଲେ । କେବଳ ଏତିକି ନୁହେଁ, ସେ ନିଜର ଏହି କାମ ପାଇଁ କୌଣସି ଟଙ୍କା ନେଉନଥିଲେ । ସେ କହନ୍ତି କି, ଯେବେ ଲୋକମାନେ ତାଙ୍କୁ ଶିଶୁର ଫଟୋ ପଠାନ୍ତି, ସେବେ ତାଙ୍କୁ ବହୁତ ଖୁସି ଲାଗିଥାଏ । ଅନ୍ୟପଟେ କ୍ଲିଭ ୧୯୭୮ ମସିହାରେ ବିବାହ କରିଥିଲେ । ସେ ୩ ସନ୍ତାନ ପିତା ହୋଇଥିବା ବେଳେ ତାଙ୍କ ପରିବାର ଓ ପତ୍ନୀ ମଧ୍ୟ ତାଙ୍କ କାମ ବିଷୟରେ ଜାଣିଛନ୍ତି ।

ସେ ଦାବି କରନ୍ତି, ମୁଁ ଦୁନିଆର ସବୁଠୁ ଅଧିକ ସନ୍ତାନର ପିତା ଅଟେ। ମୁଁ ଆଗାମୀ କିଛି ବର୍ଷ ପାଇଁ ଏମିତି କରିବି। ଯେତେବେଳେ ୧୫୦ ସନ୍ତାନ ଜନ୍ମ ହେବେ ସେତେବେଳେ ଏପରି କାର୍ଯ୍ୟ ବନ୍ଦ କରିଦେବି। ସେ କୁହନ୍ତି, ମୋତେ ଜଣେ ପିଲାର ଜେଜେମା ମେସେଜ କରି କହିଥିଲେ କି, ମୋତେ ତୁମେ ଜେଜେମା କରି ଦେଇଛ। ତୁମକୁ ବହୁତ ବହୁତ ଧନ୍ୟବାଦ। ଜୋନ୍‌ସଙ୍କ ମତରେ ଯେଉଁମାନଙ୍କର ସନ୍ତାନ ନାହାନ୍ତି ସେମାନଙ୍କୁ ମୁଁ ସ୍ପର୍ମ ଦାନ କରି ପରିବାରରେ ଖୁସି ଦେଉଥିବାରୁ ନିଜକୁ ଗର୍ବିତ ମନେ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.