Below header

ଏହି ମନ୍ଦିରରୁ କେହିବି ଖାଲି ହାତରେ ଫେରନ୍ତି ନାହିଁ, ଖୋଲିଯାଏ ନବବିବାହିତ ଯୋଡିଙ୍କ ଭାଗ୍ୟ

ଭଗବାନ ହନୁମାନଙ୍କର ଏହି ଚମତ୍କାରୀ ମନ୍ଦିରରୁ କେହି ବି ଖାଲି ହାତରେ ଫେରି ନାହାନ୍ତି। ମନଷ୍କାମନା ପୂରା ହେବା ପରେ ଭକ୍ତମାନଙ୍କ ଦ୍ବାରା ଏଠାରେ ଭୋଜନ ଲଗାଯାଇଥାଏ।

ହନୁମାନଙ୍କ ଏହି ମନ୍ଦିରର ଏତେ ମାନ୍ୟତା ଅଛି ଯେ ମନ୍ଦିରରେ ଭୋଜନ କରାଇବା ପାଇଁ ୨୦୨୬ ପର୍ଯ୍ୟନ୍ତ ବୁକିଂ ହୋଇସାରିଲାଣି।

ସିଦ୍ଧୁବଳୀ ବାବାଙ୍କ ଧାମରେ ଭୋଜନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ସାତ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।

bhaktaବାବାଙ୍କ ପାଖରୁ କେହି ବି ଭକ୍ତ ଖାଲି ହାତରେ ଫେରି ନାହାନ୍ତି। କୁହାଯାଏ ଯେ ସତ୍ ମନରେ ମାଗିଥିବା ସବୁ ମନଷ୍କାମନା ଏଠାରେ ପୂରା ହୋଇଥାଏ।

କୋଟଦ୍ବାର ସ୍ଥିତ ଶ୍ରୀ ସିଦ୍ଧୁବଳୀ ଧାମ ହିନ୍ଦୁମାନଙ୍କ ଆସ୍ଥାର କେନ୍ଦ୍ର ଅଟେ। ବଜରଙ୍ଗବଲୀ ଏହି ପୌରାଣିକ ମନ୍ଦିରର କଥା ପୁରାଣରେ ମଧ୍ୟ କରାଯାଇଛି।

ଶ୍ରୀ ସିଦ୍ଧୁବଳୀ ବାବାଙ୍କ ଦର୍ଶନ କରିବା ପାଇଁ ଦେଶ ଏବଂ ବିଦେଶର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ଏବଂ ମନ୍ଦିରରେ ମୁଣ୍ଡିଆ ମାରି ମନଷ୍କାମନା କରିଥାନ୍ତି।

coupleକୋଟଦ୍ବାରର ଲୋକମାନେ ସିଦ୍ଧବଳୀ ବାବାଙ୍କୁ କୁଳଦେବତା ବୋଲି ମାନିଥାନ୍ତି। ଏଥିପାଇଁ କୌଣସି ବି ଶୁଭକାର୍ଯ୍ୟ କରିବା ପୂର୍ବରୁ ଏବଂ କାର୍ଯ୍ୟ ସମ୍ପନ୍ନ ହେବା ପରେ ବାବାଙ୍କୁ ଦର୍ଶନ କରି ଅଶ୍ରୀର୍ବାଦ ନେବାକୁ ଭୁଲନ୍ତି ନାହିଁ।

ବିବାହ ପରେ ନବବିବାହିତ ଯୋଡି ମନ୍ଦିରରେ ବାବାଙ୍କୁ ଦର୍ଶନ କରିବା ପାଇଁ ନିଶ୍ଚିତ ଆସିଥାନ୍ତି। ଯାହାଦ୍ବାରା ସେମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.